ଆସନ୍ତା ୧୨ ତାରିଖରେ ପୁରୀ ଜିଲ୍ଲା ସ୍ଵେଚ୍ଛାସେବୀ ସଂଗଠନ ସାମ୍ମୁଖ୍ୟ 'ଦି ବେଲ୍' ପକ୍ଷରୁ ତୃତୀୟ ମହୋଦଧି ଦିବସ ପାଳନ କରାଯିବ । ସମୁଦ୍ରକୂଳିଆ ଲୋକଙ୍କୁ ସମୁଦ୍ର ବିଷୟରେ ଜଣାଇବା ଓ ସଚେତନ କରିବା ଉଦ୍ଧେଶ୍ୟରେ ଏହି ଦିବସ ପାଳନ କରାଯିବ । ଚଳିତବର୍ଷ ମହୋଦଧି ଦିବସର ଥିମ୍ ରହିଛି ସାମୁଦ୍ରିକ ଜୀବନରେ ସୁରକ୍ଷା ।
ଏହି ତୃତୀୟ ମହୋଦଧି ଦିବସ ପାଳନ ଉପଲକ୍ଷେ ପ୍ରଥମ ଥର ପାଇଁ ଲାଇଫ ସେଭିଂ ସ୍ପୋର୍ଟସ ,ବିଚ୍ ୱାକ,ବିଚ୍ ଫଟୋଗ୍ରାଫି ,ମ୍ୟୁଜିକ ଓ ଆର୍ଟ ପ୍ରଦର୍ଶନୀ ଅନୁଷ୍ଠିତ ହେବ । ଏଥିସହ ଗବେଷଣା ପାଇଁ ଅଧ୍ୟାପକ ଡଃ ଆଶୁତୋଷ ମହାନ୍ତିଙ୍କୁ ମହୋଦଧି ସମ୍ମାନ ପ୍ରଦାନ କରାଯିବ । ଭୂଭାଗର ୭୦ ପ୍ରତିଶତ ହେଉଛି ଜଳ ଓ ଏହାର ୯୬ ପ୍ରତିଶତ ସମୁଦ୍ର । ସମୁଦ୍ର ଓ ସାମୁଦ୍ରିକ ଜୀବନର ପ୍ରଭାବ ଜଳବାୟୁ ଉପରେ ଗଭୀର ଭାବରେ ରହିଛି । ଆମ ସମାଜରେ ଅଧିକାଂଶ ଲୋକେ ସମୁଦ୍ରକୁ ମନୋରଞ୍ଜନ ଓ ଜୀବନ ଜୀବିକା ପାଇଁ ବ୍ୟବହାର କରୁଥିଲେ ମଧ୍ୟ ଏହାର ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତି ନାହିଁ । ମହୋଦଧି ଦିବସ ପାଳନ ଅବସରରେ ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକଙ୍କୁ ସଚେତନ କରାଯିବ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏହି ଅବସରରେ ଇଭେଣ୍ଟ ପ୍ରମୋସନାଲ୍ ପୋଷ୍ଟର ମଧ୍ୟ ରିଲିଜ୍ କରାଯାଇଥିଲା ।
ଅଧିକ ପଢନ୍ତୁ :- ଲୋକାର୍ପଣ ହେବ ଯାତ୍ରୀ ପରିକ୍ରମା ପ୍ରକଳ୍ପ