ଆସନ୍ତା ଜାନୁୟାରୀ ୧୭ ତାରିଖରେ ପୁରୀର ବହୁ ପ୍ରତିକ୍ଷୀତ ଯାତ୍ରୀ ପରିକ୍ରମା ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିବେ।ଏହି ଲୋକାର୍ପଣରେ ଚାରି ଧାମରୁ ବିଦ୍ୱାନ,ପଣ୍ଡିତ ,ସାଧୁସନ୍ଥ ଓ ଭିଭିଆଇପି ଯୋଗ ଦେବେ ।ଲାଇଭ ଭିଡିଓ ଡିସ୍ ପ୍ଲେ କରାଯିବ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଯଜ୍ଞ ପାଇଁ ସ୍ଥାନ ଚିହ୍ନଟ ପାଇଁ ଦ୍ୱିତୀୟ ଥର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ,ଟାଟା,ଓବିସିସି ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ମାନେ ସ୍ଥିତି ଅନୁଧ୍ୟାନ ସହ କ୍ଷେତ୍ର ପରିଦର୍ଶନ କରିଛନ୍ତି ।
ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବା ସହ ଲୋକାର୍ପଣ ଉତ୍ସବକୁ ଭବ୍ୟ କରାଯିବ।ପ୍ରକଳ୍ପ ପାଇଁ ଜମିଦାନ କରିଥିବା ଜମିଦାତା,ନିୟୋଜିତ ଅଧିକାରୀ ଓ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯିବ।ସାଧୁ ସନ୍ଥ ଓ ମଠାଧୀଶଙ୍କ ଦ୍ଵାରା ଅଖଣ୍ଡ ନାମ ଓ ସଙ୍କୀର୍ତ୍ତନ କରାଯିବ ।ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଲାଗି ଆଜି ଯଜ୍ଞ ସ୍ଥଳ ଏବଂ ବିଭିନ୍ନ ସ୍ଥାନ ଅନୁଧ୍ୟାନ କରି ସ୍ଥାନ ଚୂଡ଼ାନ୍ତ କରିଛନ୍ତି ଟିମ୍ lଯଂଜ୍ଞ ସ୍ଥଳ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଲାଗି ଅନୁଧ୍ୟାନ କରାଯାଇଛି l୧୨ ତାରିଖରେ ଅଙ୍କୁରାରୋପଣ ହୋଇ ୧୫ ତାରିଖ ସକାଳେ ଯଜ୍ଞ ଆରମ୍ଭ ହେବ । ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ଦିବ୍ୟସିଂହ ଦେବ କର୍ତ୍ତା ଭାବେ ଯୋଗ ଦେବେ।୧୭ ତାରିଖ ଦିନ ପୂର୍ଣ୍ଣାହୁତି ହେବ।
ଅଧିକ ପଢନ୍ତୁ :ଆଜି ବର୍ଷା ପାଇଁ ସୁନ୍ଦରଗଡ଼ରେ ସ୍କୁଲ ଛୁଟି