ଦିନକୁ ଦିନ ବଢିଚାଲିଛି ଲୁଟେରାଙ୍କ ଆତଙ୍କରାଜ। ଦିନ ଦ୍ୱିପ୍ରହରେ ଲୋକଙ୍କୁ ଆକ୍ରମଣ କରି ଲୁଟି ନେଉଛନ୍ତି ଟଙ୍କା ଓ ସୁନା। ସେହିଭଳି ପାରାଦ୍ଵୀପ ଲକ୍ ଥାନା ଅଧିନ ବିଶ୍ବାଳି ଗଡା ନିକଟରେ ଦୁଇଜଣ ଯୁବକ ଜଣେ ବ୍ୟକ୍ତିଙ୍କୁ ଅଟକାଇବା ସହିତ ଖଣ୍ଡାରେ ହାଣି ଟଙ୍କା ଗାଡି ନେଇ ଫେରାର ହୋଇଯାଇଛନ୍ତି। ତେଣୁ ଏ ନେଇ ଲୁଟର ଶିକାର ହୋଇଥିବା ବ୍ୟକ୍ତି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଆଧାର କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, ଶନିବାର ବିଳମ୍ବିତ ରାତିରେ ତପନ କୁମାର ସ୍ୱାଇଁ ନାମକ ବ୍ୟକ୍ତି ପାରାଦ୍ଵୀପର ଏକ କମ୍ପାନୀରେ କାମ ସାରି ଘରକୁ ନିଜ ବାଇକରେ ଫେରୁଥିଲେ। ସେହି ସମୟରେ ହଠାତ ବିଶ୍ବାଳି ଗଡା ଛକ ନିକଟରେ ଦୁଇଜଣ ଯୁବକ ତପନଙ୍କୁ ଅଟକାଇବା ସହିତ ଖଣ୍ଡାରେ ଟଙ୍କା ଉପରକୁ ଆକ୍ରମଣ କରିଥିଲେ। ଏହାପରେ ତାଙ୍କ ଠାରୁ ବାଇକ ର ଚାବି ଛଡାଇ ଆଣି ବାଇକ ଧରି ଚମ୍ପଟ ମାରିଥିଲେ। ଏହାପରେ ଏ ନେଇ ଲୁଟର ଶିକାର ହୋଇଥିବା ବ୍ୟକ୍ତି ଥାନାରେ ଅଭିଯୋଗ କରିଛନ୍ତି।
ତେଣୁ ପୋଲିସ ତଦନ୍ତ ଆରମ୍ଭ କରିବା ବେଳେ ଲୁଟ ଓ ଆକ୍ରମଣର ଦୃଶ୍ୟ ନିକଟସ୍ଥ ଏକ ସିସିଟିଭି କ୍ୟାମେରାରେ କୟଦ ହୋଇଛି । ସେଠାରେ ଥିବା ଏକ ପୋଲ ନିକଟରେ ଦୁଇଜଣ ଯୁବକ ବାଇକକୁ ଅଟକାଇ ତାଙ୍କୁ ଖଣ୍ଡା ଦେଖାଇ ଡରାଉଛନ୍ତି ଏବଂ ଖଣ୍ଡାରେ ତାଙ୍କର ହାତକୁ ହାଣୁଥିବାର ଦୃଶ୍ୟ ମଧ୍ୟ ସିସିଟିଭିରେ କଏଦ ହୋଇଛି। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି। ରାସ୍ତାରେ ପୋଲିସ ପ୍ରହରା କଡାକଡି କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।