ଭୁବନେଶ୍ୱର: ବଂଶଧାରା ନଦୀରେ ବିପଦ ସଙ୍କେତ ତଳେ ଜଳ ପ୍ରବାହିତ ହେଉଛି । ଧୀରେ ଧୀରେ ସୁଧୁରୁଛି ସ୍ଥିତି । କାଶୀନଗରଠାରେ ୫୪.୧୬ ମିଟରରେ ଜଳସ୍ତର ରହିଥିବାବେଳେ ଅନ୍ୟ ସବୁ ନଦୀରେ ବନ୍ୟା ସ୍ଥିତି ନ ଥିବା ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି । ହୀରାକୁଦରେ ବର୍ତ୍ତମାନ ଜଳସ୍ତର ୬୨୭.୮୯ ଫୁଟର ରହିଥିବାବେଳେ ୧ ଲକ୍ଷ ୩୩ ହଜାର କ୍ୟୁସେକ ଜଳ ଜଳଭଣ୍ଡାରକୁ ପ୍ରବେଶ କରୁଛି । ୬ଟି ଗେଟ୍ ହୀରାକୁଦ ଜଳଭଣ୍ଡାରୁ ଜଳ ନିଷ୍କାସନ କରାଯାଉଛି । ୩ଟି ଗେଟ୍ ହୀରାକୁଦରେ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି।
ରେଙ୍ଗାଲିରେ ଜଳସ୍ତର ୧୨୩ .୫ ମିଟରରେ ରହିଛି । ପ୍ରତି ସେକେଣ୍ଡରେ ୭୯୦ ଘନ ମିଟର ଜଳ ପ୍ରବେଶ ସହ ନିଷ୍କାସିତ ହେଉଛି । ଦକ୍ଷିଣ ଓଡ଼ିଶାର ଜଳ ଭଣ୍ଡାର ଗୁଡିକରେ ଜଳସ୍ତର ବୃଦ୍ଧି ପାଇଛି। ଆଗାମୀ ସମୟରେ ଏହି ସଂରକ୍ଷିତ ଜଳ କାମରେ ଆସିବ । ୪୮ ଟି ମଧ୍ୟମ ଜଳଭଣ୍ଡାରରୁ ୩୮ଟି ଜଳଭଣ୍ଡାରର ସ୍ଥିତି ସନ୍ତୋଷ ଜନକ ରହିଛି । ଆଗକୁ ବଡ ବର୍ଷାର ସମ୍ଭାବନା ନାହିଁ ଏଣୁ ଭୟଭୀତ ହେବାର ସମ୍ଭାବନା ନାହିଁ।