ରାସ୍ତା ପାଲଟିଛି ମରଣଯନ୍ତା
Khabar Odisha:The-road-has-become-a-death-trap
ମୟୂରଭଞ୍ଜ, ଅଗଷ୍ଟ ୦୮ (ଖବର ଓଡ଼ିଶା):

ମୟୂରଭଞ୍ଜ ଜିଲ୍ଲାରେ ରାସ୍ତା ନିର୍ମାଣ କାର୍ଯ୍ୟରେ ଚାଲିଛି ବ୍ୟାପକ ଦୁର୍ନୀତି । ନିମ୍ନ ମାନର ରାସ୍ତା ନିର୍ମାଣ ହେଉଥିବାରୁ ଅନେକ ଦୁର୍ଘଟଣାର ଶିକାର ହେଉଛନ୍ତି ଲୋକମାନେ । ବଡସାହିରୁ ବେତନଟୀ ଅଭିମୁଖେ ଯାଇଥିବା ରାସ୍ତା ବଡ ବଡ ଖାଲଖମାରେ ଭର୍ତ୍ତି ହୋଇ ପଡିଛି ।ସରକାର ଲୋକମାନଙ୍କ ଯାତାୟତ ପାଇଁ ରାସ୍ତା ନିର୍ମାଣ କାର୍ଯ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ସେହି ଟଙ୍କାକୁ ଲୁଟି ଚାଲିଛନ୍ତି ସହକାରୀ ନିର୍ବାହୀ ଯନ୍ତ୍ରୀ ଏବଂ ଠିକାଦାର୍ । ଏହି ରାସ୍ତାରେ ପ୍ରତିଦିନ ହଜାର ହଜାର ଲୋକ ବାରିପଦା, ବାଲେଶ୍ୱର ଯାଇଥାନ୍ତି । ରାସ୍ତାର ଅବସ୍ଥା ଶୋଚନୀୟ ହୋଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ ବୋଲି ଲୋକମାନେ ଅଭିଯୋଗ କରିଛନ୍ତି । ରାସ୍ତା ଅନେକ ଖାଲଖମାରେ ଭର୍ତ୍ତି ହୋଇ ପଡିଛି ଏବଂ ଯାତାୟତ ପାଇଁ ଅନେକ ଅସୁବିଧା ହେଉଛନ୍ତି । ତେବେ ଏହି ବଡସାହିରୁ ବେତନଟୀ ରାସ୍ତା ଉପରେ ପୂର୍ତ୍ତବିଭାଗର ନଜର କେବେ ପଡିବ ଏବଂ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ ହେବ ତାହା ଦେଖିବାକୁ ବାକି ରହିଲା ।

  • Tags:

Subscribe

National International State Sports Entertainment