ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଏକ ସଡକ ଦୁର୍ଘଟଣା ଘଟିଯାଇଛି । ଜାତୀୟ ରାଜପଥ ଉପରେ ଏକ ଅଟୋକୁ ପଛପଟୁ ପିକଅପ ଭ୍ୟାନ ଧକ୍କା ଦେଇଛି । ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଅର୍ଜୁନ ହେମ୍ବ୍ରମ ବୋଲି ଜଣାପଡିଛି । ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଗୋବରଘଟା ଗ୍ରାମର ୬ ଜଣ ଲୋକ ଏକ ଅଟୋରେ ତାଙ୍କ ବନ୍ଧୁ ଘରକୁ ଯାଉଥିଲେ । ଏବଂ ଚାଲନ୍ତି ଗ୍ରାମ ନିକଟରେ ଜଳେଶ୍ୱର ଆଡୁ ବାଲେଶ୍ୱର ଆସୁଥିବା ଏକ ପିକଅପ ଭ୍ୟାନ ଅଟୋଟିକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଅଟୋଟି ଓଲଟି ପଡିଥିଲା । ଏବଂ ଅଟୋ ତଳେ ଅର୍ଜୁନ ହେମ୍ବ୍ରମ ନାମକ ଜଣେ ଯୁବକ ଚାପି ହୋଇଯାଇଥିଲେ । ତେବେ ଘଟଣା ସ୍ଥଳରେ ଥିବା ଲୋକମାନେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏବଂ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ଶବ କୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି ।