ଆସିଛି ନୂଆବର୍ଷ । ଉଇଁଛି ନୂଆ ବର୍ଷର ସୂର୍ଯ୍ୟ । ନୂଆ ଆଶା, ଆକାଂକ୍ଷା ଓ ସମ୍ଭାବନାକୁ ନେଇ ଆସିଛି ବର୍ଷ ୨୦୨୫। ବଦଳି ଯାଇଛି ବର୍ଷ ଓ କାନ୍ଥରୁ ହଟିଛି ପୁରୁଣା କ୍ୟାଲେଣ୍ଡର । ସମୟର ଟିକଟିକ ଶଦ୍ଦ ସହ ସରିଯାଇଛି ବର୍ଷ ୨୦୨୪ । ସବୁ ଅପେକ୍ଷାର ଅନ୍ତ ଘଟାଇ ଲୋକଙ୍କ ପାଖରେ ପହଂଚିଛି ନୂଆ ବର୍ଷ । ଯାହାକୁ ନେଇ ଲୋକଙ୍କ ମନରେ ବେଶ ଉତ୍ସାହ ।
ଶୀତୁଆ ରାତିରେ ଜିରୋ ନାଇଟ ସେଲିବ୍ରେସନ କରି ନୂଆ ବର୍ଷକୁ ସ୍ବାଗତ କରିଛନ୍ତି ବିଶ୍ବବାସୀ । ପୁରୁଣା ବର୍ଷର ଦୁଃଖକୁ ଭୁଲି ନୂଆବର୍ଷ କେମିତି ଭଲରେ କଟିବ ସେନେଇ ସଂକଳ୍ପ ନେଇଛନ୍ତି ସମସ୍ତେ । କାନ୍ଥରୁ ବଦଳିଯାଇଛି କ୍ୟାଲେଣ୍ଡରର ପୃଷ୍ଠା । ନୂଆ ଉତ୍ସାହ ଓ ନୂଆ ସମ୍ଭାବନା ସହ ପାଦ ଥାପିଛି ବର୍ଷ ୨୦୨୫ । ଆଉ ଆରମ୍ଭ ହୋଇଛି ନୂଆ ବର୍ଷର ନୂଆ ଦିନ ।
୨୦୨୪ ଅନେକଙ୍କ ମନରେ ଆଶା ଭରିଦେଇଛି । କାହା ପାଇଁ ଖୁସି , କାହା ପାଇଁ ଦୁଃଖ , କାହା ପାଇଁ ସଫଳତା ତ କାହା ପାଇଁ ବିଫଳତା ଏମିତି ଅନେକ କିଛି । କିଏ ୨୦୨୪ରେ ଘଟିଥିବା ସୁନ୍ଦର ସ୍ମୃତିକୁ ଜାବୁଡି ଧରି ଜୀବନ ବିତାଇବାକୁ ଚାହୁଁଛି ତ ଆଉ କିଏ ବିତି ଯାଇଥିବା ଦୁଃଖର ମୁହୁର୍ତ୍ତକୁ ମନରୁ ହଟାଇବାକୁ ଆଗକୁ ପାଦ ଦେବାକୁ ଚାହୁଁଛି ।
୨୦୨୪ର କଷ୍ଟକୁ ଭୁଲି କିପରି ନୂଆବର୍ଷ ସମସ୍ତଙ୍କ ଜୀବନରେ ସୁଖ ସମୃଦ୍ଧି ଭରିଦେବ ସେ ନେଇ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବା ସହ ହାପି ନ୍ୟୁ ଇୟର କହି ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି । ନୂଆବର୍ଷକୁ ବେଶ ଆଡମ୍ବରରେ ପାଳନ କରିଛନ୍ତି ଲୋକେ । ପାର୍କ, କ୍ଲବ, ବେଳାଭୂମି ଓ ପର୍ଯ୍ୟଟନସ୍ଥଳୀରେ ଭୋଜିଭାତ ସହ ହୋଟେଲ ଓ ଅନ୍ୟ ପ୍ରତିଷ୍ଠାନରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି । ଖାଲି ଓଡ଼ିଶାରେ ନୁହେଁ ଦେଶବ୍ୟାପୀ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରରେ ଏକାଠି ହୋଇଛନ୍ତି ଲୋକେ । ସବୁଠି ନବବର୍ଷକୁ ଜୋରଦାର ସ୍ବାଗତ କରିଛନ୍ତି ।
ଆଶା କରୁଛୁ ନୂଆବର୍ଷ ସମସ୍ତଙ୍କ ପାଇଁ ନୂଆବର୍ଷ ସୁଖ , ଶାନ୍ତି ଓ ସମୃଦ୍ଧି ଆଣିଦେଉ । ଏହା ହିଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ।