ନାଚଗୀତରେ ଝୁମିଲେ ମାଓବାଦୀ । ମାଓ କ୍ୟାମ୍ପରେ ମାଓବାଦୀ ମାନେ ନାଚୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏ ଘଟଣାଟି ଘଟିଛି , ମାଲକାନଗିରି ସୀମାନ୍ତ ଛତିଶଗଡ ବସ୍ତର ଜିଲ୍ଲାର ଏକ ଅଜ୍ଞାତ ସ୍ଥାନରେ ।
ସୂଚନା ଅନୁସାରେ ,ହାତରେ ହାତକୁ ଛନ୍ଦି ବନ୍ଧୁକ ଧରି ଝୁମିଲେ ମାଓବାଦୀ । ମହିଳା ଓ ପୁରୁଷ ବର୍ଦ୍ଦି ପିନ୍ଧିଥିବା ମାଓବାଦୀ ଭରପୁର ଆନନ୍ଦ ଉଠାଇ ଜଙ୍ଗଲ ମଝିରେ ନାଚୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ପରସ୍ପରର ହାତ ଧରି କୌଣସି ଏକ ଗୀତରେ ନାଚୁଥିବାର ଦେଖିବାକୁ ମିଳିଥିଲା । ମାଓ ଅପରେସନ ବେଳେ କୌଣସି ହିଂସାକାଣ୍ଡ ଘଟାଇ ସଫଳତା ମିଳିଲେ ଯେମିତି ନଚାଯାଏ । ସେଭଳି ନାଚିବାର ଦୃଶ୍ୟ ଏହି ଭିଡ଼ିଓରେ ଦେଖିବାକୁ ମିଳିଥିଲା । ଏଥିରେ ବହୁ ମାଓ ସମର୍ଥକ ମଧ୍ୟ ଅଛନ୍ତି । ଏହି ମାଓ କ୍ୟାମ୍ପରେ ଏନେକ ଟପ କ୍ୟାଡର ମାଓବାଦୀଙ୍କୁ ଦେଖିବାକୁ ମିଳିଛି। ପ୍ରତିଦିନ ମାଓବାଦୀ ଏହି ଅଞ୍ଚଳରେ ଗୋଟିଏ ପରେ ଗୋଟିଏ ହିଂସାକାଣ୍ଡ ଘଟାଇ ଲୋକଙ୍କୁ ଆତଙ୍କିତ କରୁଥିବା ବେଳେ ପୋଲିସ ଲୋକଙ୍କୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ମାଓବାଦୀ ଙ୍କ ଏଭଳି ଖୁସି ହେବାର କାରଣ ଏ ଯାଏ ସ୍ପଷ୍ଟ ହୋଇନାହିଁ । ଏ ଘଟଣାରେ ପୋଲିସ ଅଧିକ ତଦନ୍ତ କରୁଛି ।
ଆଗକୁ ପଢନ୍ତୁ :- ଅନାବଶ୍ୟକ ଗିରଫ ଓ ଅଟକକୁ ନେଇ ହାଇକୋର୍ଟଙ୍କ ତରଫରୁ ଗୁରୁତ୍ୱପୂର୍ଣ୍ଣ ନୋଟିସ