ସକ୍ରିୟ ରହିଛି ଲଘୁଚାପ, ପ୍ରଭାବରେ ରାଜଧାନୀ ଭୁବନେଶ୍ୱରରେ ମୂଷଳ ଧାରା ବର୍ଷା ଭୁବନେଶ୍ୱର, ଅକ୍ଟୋବର ୪(ଖବର ଓଡିଶା): Share story: ସାରା ରାଜ୍ୟରେ ସକ୍ରିୟ ରହିଛି ଲଘୁଚାପ। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଉପକୂଳ ଓଡ଼ିଶା ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଲଘୁଚାପର ପ୍ରଭାବ ଦେଖିବାକୁ ମିଳିଛି। ସକ୍ରିୟ ଲଘୁଚାପ ପ୍ରଭାବରେ ଭିଜୁଛି ପୂରା ଉପକୂଳ ଓଡ଼ିଶା। ସେହିପରି ଟ୍ୱିନ୍ ସିଟି ଭୁବନେଶ୍ୱର ଓ କଟକରେ ମଧ୍ୟ ମୂଷଳ ଧାରାରେ ବର୍ଷା ଲାଗି ରହିଛି। ଘଣ୍ଟା ପ୍ରତି ୨ରୁ ୩ ସେମି ଯାଏ ବର୍ଷା ହେବାର ଆକଳନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହାସହିତ ଟ୍ୱିନ ସିଟି ଅର୍ଥାତ ଭୁବନେଶ୍ୱର ଓ କଟକରେ ପ୍ରବଳ ବର୍ଷା ହୋଇଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ଲଗାଣ ବର୍ଷା, ୨୪ ଘଣ୍ଟା ଭିତରେ କାକଟପୁରରେ ସର୍ବାଧିକ ହୋଇଛି। କାକଟପୁରରେ ସର୍ବାଧିକ ୧୬୦ ମିମି ବର୍ଷା ରେକର୍ଡ କରାଯାଇଛି। ଏହାଛଡ଼ା ପୁରୀ ଜିଲ୍ଲାର ଅସ୍ତରଙ୍ଗ ରେ୧୪୪, ଗୋପରେ ୧୦୫.୨ ମିମି ବର୍ଷା ହୋଇଛି। ଖବର ଓଡ଼ିଶା, Reporter, 04/10/2022