ଅନୁଗୁଳ ଦେହୁରୀ ସାହି ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଭୁତି ଭୂଷଣ ଗଡ଼ନାୟକଙ୍କୁ ଅତି ନିର୍ମମ ଭାବେ ହତ୍ୟା। ରକ୍ତାକ୍ତ ଅବସ୍ଥାରେ ଗାଁ ଦାଣ୍ଡରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କର ମୁଣ୍ଡ ଓ ଗୋଡ଼ରେ ଖଣ୍ଡିଆଖାବରା ଦାଗ ରହିଛି। ତେବେ ରାଜନୈତିକ ଶତ୍ରୁତାରୁ ହତ୍ୟା କରାଯାଇଥିବା ସନ୍ଦେହ କରୁଛି। ତେଣୁ ଏହି ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରଖିଛନ୍ତି ପୋଲିସ।
ସୂଚନା ଅନୁସାରେ, ପୂର୍ବତନ ସରପଞ୍ଚ ବିଭୁତି ଭୂଷଣ ଗଡ଼ନାୟକଙ୍କର କିଛି ଦିନ ପୂର୍ବରୁ ନିର୍ବାଚନରେ ଟଙ୍କା ଖର୍ଚ୍ଚକୁ ନେଇ କିଛି ଲୋକଙ୍କ ସହିତ ଗଣ୍ଡଗୋଳ ହୋଇଥିଲା। ଥାନାରେ ଟଙ୍କା ଖର୍ଚ୍ଚକୁ ନେଇ ହୋଇଥିବା ଗଣ୍ଡଗୋଳର ସମାଧାନ ବି କରାଯାଇଥିଲା। ହେଲେ ଏହା ପରେ ତାଙ୍କ ମୃତଦେହ ଗାଁ ଦାଣ୍ଡରେ ମିଳିବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ତେବେ ତାଙ୍କର ମୁଣ୍ଡ ଓ ଗୋଡ଼ରେ ଖଣ୍ଡିଆଖାବରା ଦାଗ ରହିଛି। ତେଣୁ ବିଭୁତି ଭୂଷଣଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରାଯାଉଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ କିଏ ହତ୍ୟା କଲା ଓ କାହିଁକି ହତ୍ୟା କଲା ସେନେଇ ତଦନ୍ତ ଆରମ୍ଭ ହୋଇଛି।