ପଞ୍ଚୁକ ପାଇଁ ବାବା ଧବଳେଶ୍ୱରଙ୍କ ଦର୍ଶନ ପାଇଁ ପୀଠରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଭୋର ୪ ଟାରୁ ପହଡ ଖୋଲିବା ପରେ ୧୦୮ କଳସ ଜଳରେ ବାବାଙ୍କୁ ସ୍ନାନ କରାଯାଇଛି। ଏହାପରେ ବାବାଙ୍କ ପୂଜାର୍ଚ୍ଚନା ସହ ମଙ୍ଗଳ ଆଳତୀ ମଧ୍ୟ କରାଯାଇଛି ଏବଂ ଖେଚୁଡ଼ି ଭୋଗ ଲାଗି ହେବା ପରେ ଭକ୍ତଙ୍କ ସାଧାରଣ ଦର୍ଶନ ପାଇଁ ଦ୍ଵାର ଫିଟା ଯାଇଥିଲା। ଶ୍ରଦ୍ଧାଳୁମାନେ ଆସି ବାବା ଧବଳେଶ୍ୱରଙ୍କୁ ଦର୍ଶନ କରୁଛନ୍ତି। ପୂଜକ ସମିତି ଓ ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁମାନେ କିପରି ଶାନ୍ତି ଶୃଙ୍ଖଳାର ଦର୍ଶନ କରିବେ ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଦର୍ଶନରେ ଭକ୍ତମାନଙ୍କର ଯେପରି କୌଣସି ଅସୁବିଧା ନ ହେଉ ସେଥିପାଇଁ ସୁରକ୍ଷା ପାଇଁ ୨୪ ଘଣ୍ଟିଆ ପୋଲିସ ମୁତୟନ କରାଯାଇଛି।
ସୂଚନା ମୁତାବକ , ପବିତ୍ର ପଞ୍ଚୁକ ପାଇଁ ଚଳଚଞ୍ଚଳ ଆଠଗଡ଼ର ପ୍ରସିଦ୍ଧ ବାବା ଧବଳେଶ୍ୱରଙ୍କ ପୀଠ। ଆଜି ପଞ୍ଚୁକ ପାଇଁ ବାବା ଧବଳେଶ୍ୱରଙ୍କ ପୀଠର ଭୋର ୪ ଟାରୁ ପହଡ ଖୋଲାଯାଇ ୧୦୮ କଳସ ଜଳରେ ବାବାଙ୍କୁ ସ୍ନାନ କରାଯାଇଛି ଏବଂ ପୂଜାର୍ଚ୍ଚନା ସହ ମଙ୍ଗଳ ଆଳତୀ ମଧ୍ୟ ସମାପନ ହୋଇଛି ବାବା ଧବଳେଶ୍ୱରଙ୍କ। ଏହାପରେ ଖେଚୁଡ଼ି ଭୋଗ ଲାଗି ହୋଇ ସାଧାରଣ ଦର୍ଶନ ପାଇଁ ଦ୍ଵାର ଫିଟା ଯାଇଥିଲା। ଶ୍ରଦ୍ଧାଳୁମାନେ କିପରି ଶାନ୍ତି ଶୃଙ୍ଖଳାର ଦର୍ଶନ କରିବେ ଏଥିପାଇଁ ଗତକାଲି ଗ୍ରାମାଞ୍ଚଳ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଓ ଅସୁସ୍ଥ ଶ୍ରଦ୍ଧାଳୁଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବାକୁ ଆରକ୍ଷୀ ଅଧୀକ୍ଷକ କହିଛନ୍ତି। ଏଥିପାଇଁ ମଧ୍ୟ ୨୪ ଘଣ୍ଟିଆ ପୋଲିସ ମୁତୟନ ରହିବେ ଏବଂ ଭିଡ଼ ନିୟନ୍ତ୍ରଣ ନିମନ୍ତେ ଜଣେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ନେତୃତ୍ୱରେ ୨ଜଣ ଡିଏସ୍ପି ଓ ୨ଜଣ ଇନ୍ସପେକ୍ଟର ନିୟୋଜିତ ହୋଇଛନ୍ତି। ପଞ୍ଚୁକ ପାଇଁ ସବୁ ମନ୍ଦିରରେ ଭକ୍ତମାନଙ୍କର ଭିଡ ଦେଖିବାକୁ ମିଳୁଛି।
ଅଧିକ ପଢନ୍ତୁ ;ଆଜିଠୁ ପଞ୍ଚୁକ ଆରମ୍ଭ ଲକ୍ଷ୍ମୀ ନାରାୟଣ ବେଶରେ ଦର୍ଶନ ଦେବେ ମହାପ୍ରଭୁ