ପୁଣିଥରେ ମୁଣ୍ଡ ନେଲା ହାତୀ । ଥମୁନି ହାତୀ ଆତଙ୍କ ଗୋଟେ ପରେ ଗୋଟେ ନଉଛି ଜୀବନ । ବଢିଚାଲିଛି ହାତୀ ଆତଙ୍କ କେତେବେଳେ ନଷ୍ଟ କରିଦେଉଛି ତ କେତେବେଳେ ଘର ଭାଙ୍ଗିଦେବାସହ ମଣିଷ ଜୀବନ ମଧ୍ୟ ନେଉଛି ।ରବିବାର ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଦୁଇଜଣ ଚାଷୀ ସେମାନଙ୍କର ଚାଷ ଜମିକୁ ଯାଇଥିଲାବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଟାଙ୍ଗି ଅଂଚଳରେ ।
ସୂଚନା ଅନୁଯାୟୀ ଗତକାଲି ରାତିରେ ୩ଟି ଜଙ୍ଗଲୀ ହାତୀଙ୍କ ପାଇଁ ଟାଙ୍ଗୀ ବନାଞ୍ଚଳ ବରିକୋ ଗ୍ରାମରେ ଆତଙ୍କ ଖେଳି ଯାଇଥିଲା ଯାହାଦ୍ୱାରା ଲୋକମାନେ ଭୟଭୀତ ହୋଇଯାଇଥିଲେ । ଲୋକମାନେ ନିଜ ନିଜର ଧାମ ଜମିକୁ ସୁରକ୍ଷା ଦେବା ପାଇଁ ଯାଇଥିଲେ । ସେହି ସମୟରେ ୨ ଜଣ ଚାଷୀ ସାଙ୍ଗ ହୋଇ ଚାଷ ଜମିକୁ ସୁରକ୍ଷା ଦେବା ପାଇଁ ଯାଇଥିଲେ। ଚାଷ ଜମି ନିକଟରେ ଦୁହେଁ ବସିଥିବା ବେଳେ ହାତୀ ପଲ ଆକ୍ରମଣ କରିଥିଲେ । ଫଳରେ ଚାଷ ଜମିରେ ଦୁହିଁଙ୍କର ମୃତ୍ୟୁ ହୋଇଥିଲା । ଘରେ ନଥିବାରୁ ପରିବାର ଲୋକେ ଖୋଜା ଖୋଜି କରିଥିଲେ । ଆଜି ସକାଳୁ ଚାଷ ଜମିରେ ସେମାନଙ୍କର ମୃତ ଦେହ ମିଳିଥିଲା । ଏଭଳି ଘଟଣାରେ ସ୍ଥାନୀୟାଲୋକେ ଭୟଭୀତ ହେବ ସହ ବନ ବିଭାଗର ଅବହେଳାକୁ ଦାୟୀ କରି ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦାବି କରିଛନ୍ତି ।
ଅଧିକ ପଢନ୍ତୁ :କ୍ଷତିର ସାମ୍ନା କରୁଛନ୍ତି କଳାହାଣ୍ଡି କପା ଚାଷୀ