ବଦଳିଲା ନିଷ୍ପତ୍ତି, ସ୍ୱାଧୀନତା ଦିବସ ଉତ୍ସବରେ ଛାତ୍ରଛାତ୍ରୀ ସାମିଲ ହେବା ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା ଭୁବନେଶ୍ୱର, ଅଗଷ୍ଟ ୧୦(ଖବର ଓଡିଶା): Share story: ବଦଳିଲା ନିଷ୍ପତ୍ତି । ସ୍ୱାଧୀନତା ଦିବସ ଉତ୍ସବରେ ସାମିଲ ହେବେ ଛାତ୍ରଛାତ୍ରୀ । ଶିକ୍ଷାନୁଷ୍ଠାନରେ ହେବାକୁ ଥିବା ଉତ୍ସବରେ ଛାତ୍ରଛାତ୍ରୀମାନେ ସାମିଲ ହେବେ । ତେବେ ଛାତ୍ରଛାତ୍ରୀ ସାମିଲ ହେବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି । ଛାତ୍ରଛାତ୍ରୀ ସାମିଲ ହେବାକୁ ସରକାର ନିଷ୍ପତ୍ତି ନେଇଥିବା ମନ୍ତ୍ରୀ କହିଛନ୍ତି । ହେଲେ ଛାତ୍ରଛାତ୍ରୀ ଭାଗ ନେବେ ନାହିଁ ବୋଲି ଗତକାଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଥିଲେ । ମାତ୍ର ଆଜି ନିଷ୍ପତ୍ତି ବଦଳିବା ନେଇ ପୁଣି ଥରେ ସୂଚନା ଦେଇଛନ୍ତି । ସେପଟେ ସ୍ୱାଧୀନତା ଦିବସ ପାଳନରେ କଟକଣା ଲଗାଇଲେ ସରକାର । ଫଳରେ ଏଥର କୋଭିଡ କଟକଣା ଭିତରେ ପାଳିତ ହେବ ସ୍ୱାଧୀନତା ଦିବସ । ସ୍ୱାଧୀନତା ଦିବସ ପାଇଁ ଯେଉଁ ରାଜ୍ୟ ସ୍ତରୀୟ ପରେଡ୍ ହେବ ସେଥିରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଭାଗ ନେଇପାରିବେ ନାହିଁ । ଖବର ଓଡ଼ିଶା, Reporter, 09/08/2022