ଟ୍ରେନ୍ ରୁ ଜବତ ହେଲା ବୃଦ୍ଧଙ୍କ ମୃତଦେହ । ଏମିତି ଏକ ଅଭାବନୀୟ ଘଟଣାଘଟିଛି , ମୁମ୍ବାଇରୁ ପୁରୀକୁ ଆସୁଥିବା ଲୋକମାନ୍ୟ ତିଲକ ସୁପର ଫାଷ୍ଟ ଏକ୍ସପ୍ରେସ ଟ୍ରେନ୍ ରେ । ଗତକାଲି ଏହି ଟ୍ରେନ ର ଏକ ବଗି ଭିତରୁ ଜଣେ ବୃଦ୍ଧଙ୍କ ରକ୍ତାତ ଶବ ପଡିଥିବାର ଦେଖିବାକୁ ମିଳିଥିଲା ।
ଖବର ପାଇ ଜିଆରପି ଥାନା ପୋଲିସ ଟ୍ରେନ ଭିତରୁ ମୃତ ଦେହକୁ ଜବତ କରିଥିଲା । ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠେଇଥିଲା । ଶବ ପାଖରୁ ମିଳିଥିବା ଆଧାର କାର୍ଡ଼ରୁ ଜଣାପଡିଲା ଯେ ବୃଦ୍ଧ ଜଣକ ବିହାରର ରୋହତାସ ଅଞ୍ଚଳର ୬୦ ବର୍ଷ ବୟସ୍କ ଗଣେଶ ସିଂ । ଏ ନେଇ ପୋଲିସ ତାଙ୍କ ପରିବାରକୁ ଖବର ଜଣାଇଥିଲା । ପୁରୀ ଜିଆରପି ଥାନା ଅଧିକାରୀ ଏସଆଇ ସନ୍ତୋଷ ବାହିନୀପତି କହିଛନ୍ତି ଯେ , ଟ୍ରେନ ବଗି ମଧ୍ୟରେ ରକ୍ତାତ ଶବ ମିଳିବା ପରେ ଘଟଣାସ୍ଥଳରେ ଡାକ୍ତର ପହଞ୍ଚି ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ବୃଦ୍ଧଙ୍କ ଶରୀରରେ କୌଣସି ପ୍ରକାରର କ୍ଷତ ଚିହ୍ନ ନାହିଁ । ହୁଏତ ସେ ହୃଦଘାତରୁ ମୃତ୍ୟୁବରଣ କରିଥାଇ ପାରନ୍ତି ବୋଲି ସେ ସନ୍ଦେହ କରୁଥିବାର କହିଛନ୍ତି । ଅନ୍ୟପକ୍ଷରେ ତାଙ୍କୁ କେହି ହତ୍ୟା କରି ଟ୍ରେନ ବଗିରେ ଛାଡି ଦେଇଥିବାର ଚର୍ଚ୍ଚା ହେଉଛି ।
ଆଗକୁ ପଢନ୍ତୁ :- ଖଣି ପାଇଁ ବିପଦରେ ୧୨୫ ଗାଁ