ଭୁବନେଶ୍ୱର : ରାଜଧାନୀରେ ଖାଲି ଭରା ଭରା କୁକୁର ମଡ଼କ। ଭୁବନେଶ୍ୱର ଏୟାରପୋର୍ଟ ଅଞ୍ଚଳର ଆଖପାଖରେ ପ୍ରତ୍ୟକ ଦିନ କୁକୁର ମଡ଼କ ପଡୁଛି। ବିମାନବନ୍ଦର ଭଳି ଗୁରୁତ୍ବପୂର୍ଣ୍ଣ ଅଞ୍ଚଳରେ ଗତ ୪ରୁ ୫ ଦିନ ଧରି କୁକୁର ମଡ଼କ ଦେଖାଦେଇଛି। ତେବେ ଅଧିକାଂଶ କୁକୁର ଅସୁସ୍ଥ ହୋଇଯାଉଥିବା ବେଳେ କିଛି କୁକୁରଙ୍କର କିଛି କ୍ଷଣ ମଧ୍ୟରେ ମୃତ୍ୟୁ ହୋଇଯାଉଛି। ତେଣୁ ଏହି ବୁଲା କୁକୁରଙ୍କ ମୃତ ଶରୀର ବିକ୍ଷିପ୍ତ ଭାବେ ଏଣେତେଣେ ପଡିଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ପ୍ରାଣୀ ସୁରକ୍ଷା କର୍ମୀ ଉଦବେଗ ପ୍ରକାଶ କରିଛନ୍ତି। ତେବେ ଚତୁଃର୍ପାଶ୍ୱରେ ୩୦ରୁ ୪୦ କୁକୁରଙ୍କୁ ପ୍ରତିଦିନ କେହି ଅଜ୍ଞାତ ବ୍ୟକ୍ତି କୁକୁଡ଼ା ମୁଣ୍ଡ ଓ ମାଂସରେ ବିଷ ଦେଇ କୁକୁର ମାନଙ୍କୁ ମାରୁଥିବା ଅଭିଯୋଗ ହୋଇଛି। ତେଣୁ ଏ ନେଇ ପୋଲିସ ଅଧିକ ତଦନ୍ତ କରୁଛି।