ଦେଖୁ ଦେଖୁ ଜଳିଗଲା ଚୋରା ଡିଜେଲ ଓ ପେଟ୍ରୋଲ ଥିବା କଣ୍ଟେନର ଓ ଦୁଇଟି ୧୨ଚକିଆ ଟ୍ରକ୍ । ଏପରି ଅଗ୍ନିକାଣ୍ଡ ଘଟଣାଟି ଦେଖିବାକୁ ମିଳିଛି ପାରାଦୀପ ପିପିଏଲ ଛକ ନିକଟ ଗ୍ୟାରେଜରେ । ସୂଚନା ଅନୁଯାୟୀ, ଦୀର୍ଘଦିନ ଧରି କଣ୍ଟେନର୍ ମଧ୍ୟରେ ଚୋରା ତେଲ ସଂଗ୍ରହ କରି ରଖା ଯାଉଥିଲା । ହେଲେ ବିଳମ୍ବିତ ରାତ୍ରିରେ କୌଣସି କାରଣରୁ ସେହି କଣ୍ଟେନର୍ ରେ ନିଆଁ ଲାଗିଯାଇଥିଲା । ସେଠାରେ ନିଆଁ ଲାଗିଥିବାରୁ ପାଖରେ ଥିବା ଦୁଇଟି ବାର ଚକିଆ ଟ୍ରକ ମଧ୍ୟ ସମ୍ପୂର୍ଣ୍ଣ ଜଳି ଯାଇଛି । ଏହାପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗର ବିଭାଗକୁ ସୂଚନା ଦେଇଥିଲେ । ସୂଚନା ପାଇ ଅଗ୍ନିଶମ ବିଭାଗର ଦୀର୍ଘ ୩ଘଣ୍ଟା ଧରି ଚେଷ୍ଟା କରିବା ପରେ ନିଆଁକୁ ଆୟତ କରିପାରିଥିଲା । ତେବେ ଏହି ଘଟଣାରୁ ଚୋରା ତେଲ କାରବାର ହେଉଛି ବୋଲି ସନ୍ଦେହ କରାଯାଉଛି ।