ନଦୀପଠାରେ ପଡ଼ିରହିଛି ଯୁବତୀଙ୍କ ରକ୍ତାକ୍ତ ମୃତଦେହ। ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ ଭଡ଼ିଗାଁ ଜୀରା ବ୍ରିଜ୍ ତଳ ନଦୀପଠାରୁ ଯୁବତୀଙ୍କ କ୍ଷତାକ୍ତ ମୃତଦେହ ଠାବ। ଘଟଣା ସ୍ଥଳରେ ଭଟଲି ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି କିନ୍ତୁ ବର୍ତ୍ତମାନ ସୁଦ୍ଧା ଯୁବତୀଙ୍କ ପରିଚୟ ମିଳିନି।
ସୂଚନା ଅନୁଯାୟୀ, ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ ଭଡ଼ିଗାଁ ଜୀରା ବ୍ରିଜ୍ ତଳ ନଦୀପଠାରେ ପଡ଼ିରହିଛି ଯୁବତୀଙ୍କ ରକ୍ତାକ୍ତ ମୃତଦେହ। ଜୀରା ବ୍ରିଜ ଉପରେ ରକ୍ତ ଏବଂ ଏକ ଧାରୁଆ ଅସ୍ତ୍ର ପଡ଼ି ଥିବାରୁ ତାଙ୍କୁ ହତ୍ୟା କରି ତଳକୁ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି ଏବଂ ବର୍ତ୍ତମାନ ସୁଦ୍ଧା ମଧ୍ୟ ଯୁବତୀଙ୍କ ପରିଚୟ ମିଳିପାରି ନାହିଁ। ଘଟଣାସ୍ଥଳରେ ଭଟଲି ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଘଟଣା କିପରି ଘଟିଲା ତାହାର ଅଧିକ ତଦନ୍ତ କରୁଛି।
ଅଧିକ ପଢନ୍ତୁ ;ନଦୀପଠାରୁ ଯୁବତୀଙ୍କ ମୃତଦେହ ଉଦ୍ଧାର