କିଛିଦିନ ପୂର୍ବରୁ ରାଜ୍ୟରେ ବାଘ ଗଣନା କାର୍ଯ୍ୟ ଆରମ୍ଭ ହୋଇଥିଲା । ସେଥିପାଇଁ ବନ ବିଭାଗ ତରଫରୁ ଜଙ୍ଗଲରେ କ୍ୟାମେରା ଟ୍ରାପ୍ ଲଗାଯାଇଥିଲା । ଏବେ ସେହି କ୍ୟାମେରା ଟ୍ରାପ୍ରେ କଏଦ ହେଲା ଏକ କଳା ବାଘ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବହୁତ ଦିନ ପରେ ପୁଣିଥରେ ଓଡ଼ିଶାରେ ଜଙ୍ଗଲରେ ଦେଖିବାକୁ ମିଳିଛି କଳା ବାଘ । ତେବେ ଏହା ଏକ କଲରା ପତରିଆ ବାଘ । ପିସିସିଏଫ୍ ସୁଶାନ୍ତ ନନ୍ଦ ଟ୍ୱିଟ ମାଧ୍ୟମରେ ଏହାର ସୂଚନା ଦେଇଛନ୍ତି | ଟ୍ୱିଟ କରି ସେ ଲେଖିଛନ୍ତି, ଓଡିଶାରେ ବାଘ ଗଣନା ଚାଲିଥିବା ବେଳେ ଏକ ଉକ୍ରଣ୍ଠାପୂର୍ଣ୍ଣ ଖବର ସାମ୍ନାକୁ ଆସିଛି । ଓଡିଶା ଜଙ୍ଗଲରେ କଳା ବାଘ ଥିବା ସ୍ପଷ୍ଟ ହୋଇଛି । ଯାହା ଏବେ ସମସ୍ତଙ୍କ ମନରେ ଉତ୍କଣ୍ଠା ସୃଷ୍ଟି କରିଛି ।