ଆଜି ଠୁ କମିବ ବର୍ଷାର ପରିମାଣ । ପଶ୍ଚିମବଙ୍ଗର ପଶ୍ଚିମ ଭାଗରେ ସକ୍ରିୟ ରହିଥିବା ଲଘୁଚାପର ପ୍ରଭାବ ରାଜ୍ୟ ଉପରୁ କମୁଥିବାରୁ ବର୍ଷାର ପରିମାଣ ଧୀରେ ଧୀରେ କମିବ ବୋଲି ଜଣାପଡ଼ିଛି ।
ଆଜି ବାଲେଶ୍ୱର , ଭଦ୍ରକ , କେନ୍ଦ୍ରାପଡା , ଯାଜପୁର , ଜଗତସିଂହପୁର . କେଉଁଝର ଓ ମୟୂରଭଞ୍ଜ ଜିଲ୍ଲାରେ ସ୍ୱଳ୍ପ ପରିମାଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ କେନ୍ଦ୍ର ବିଭାଗ ତରଫରୁ ସୂଚନା ମିଳିଛି । ଆଜି ଗୋଟିଏ ବା ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇପାରେ । କିନ୍ତୁ ବିଶେଷକରି ଆଜି ପାଗ ଶୁଖିଲା ରହିବ । ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର ରେ ୧୫ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ପୁରୀରେ ୯ ଓ କେନ୍ଦ୍ରାପଡ଼ା , ସମ୍ବଲପୁର ରେ ୮ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି ।
ଆଗକୁ ପଢନ୍ତୁ :- ଆଜି ବି ରାଜ୍ୟରେ ଲାଗିରହିବ ବର୍ଷା, ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ