ହରଭଙ୍ଗା ଥାନା ଅର୍ନ୍ତଗତ କୁଶଙ୍ଗ- ଛତ୍ରଙ୍ଗ ପୂର୍ତ ବିଭାଗ ରାସ୍ତାର ଅଯୋଧ୍ୟା ନିକଟରେ ଏକ ଯାତ୍ରୀବାହୀ ଅଟୋ ଦୁର୍ଘଟଣାଗ୍ରସ୍ତ ଘଟିଛି। ଏଥିରେ ୪ଜଣ ଯାତ୍ରୀ ଗୁରୁତର ଆହାତ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଆଜି ମଧ୍ୟାହ୍ନ ସମୟରେ ଏକ ଯାତ୍ରୀବାହୀ ଅଟୋ ଚାରିଛକରୁ କୁଶାସିଙ୍ଗା ଅଭିମୁଖେ ଯାଉଥିଲା। ଅଯୋଧ୍ୟା ନିକଟରେ ଏକ ବାଛୁରୀ ଗାଡି ସମ୍ମୁଖକୁ ଦୌଡି ଆସିବାରୁ ଡ୍ରାଇଭର ହଠାତ୍ ବ୍ରେକ ମାରି ଦେବାରୁ ଗାଡିଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।ଫଳରେ ଗାଡିରେ ଥିବା ଯାତ୍ରୀ ଗୋଲେଖ ସାହୁ (୫୦) ଶଶ୍ମିତାବେହେରା (୩୦) ଦୁଇଜଣଙ୍କ ଗୋଡ ଭାଙ୍ଗି ଯାଇଥିବା ଜଣାପଡିଛି। ଡ୍ରାଇଭର ଝଗଡୁ ନାଏକ (୪୦) , ପ୍ରଭାସିନୀ କହଁର (୨୮) ସାମାନ୍ୟ ଆହାତ ହୋଇଥିବା ଜଣାପଡିଛି। ସମସ୍ତ ଗୁରୁତରଙ୍କୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ହରଭଙ୍ଗା ମେଡିକାଲରେ ଭର୍ତୀ କରାଯାଇଥିଲା। ଗୋଡ ଭାଙ୍ଗିଥିବା ଦୁଇ ଗୁରୁତରଙ୍କୁ ବୌଦ୍ଧ ମେଡିକାଲ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି। ସମସ୍ତ ଯାତ୍ରୀଙ୍କ ଘର ହରଭଙ୍ଗା ଥାନା କୁଶାସିଙ୍ଗା ବୋଲି ସୂଚନା ମିଳିଛି। ହରଭଙ୍ଗା ପୁଲିସ ଘଟଣାର ତଦନ୍ତ ଚଳେଇଛି।
ଅଧିକା ପଢନ୍ତୁ: ଟିକିଏ ଜିଦି ଅନାଥ କରିଦେଲା ଦୁଇ ଭଉଣୀଙ୍କୁ , ଏକସଙ୍ଗେ ଚାଲିଗଲେ ବାପା ମାଆ