ଭୁବନେଶ୍ୱର : ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ୨୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ। ଆସନ୍ତା ୩-୪ ଦିନ ରାଜ୍ୟରେ ଝଡବର୍ଷା ସ୍ଥିତି ଲାଗି ରହିବ। ଉତ୍ତର, ପଶ୍ଚିମ ସମେତ ଉପକୂଳ ଓଡିଶାରେ ଭାରି ବର୍ଷା ହେବ।
ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପାଣିପାଗ ପରିବର୍ତ୍ତନ ଏବଂ ବର୍ଷା/ବଜ୍ରପାତ କିମ୍ବା ଆନୁଷଙ୍ଗିକ ସ୍ଥିତି ନେଇ ଏହି ସତର୍କତା ଜାରି ହୋଇଛି।
ବିଶେଷ କରି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ନୟାଗଡ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ କିଛି କିଛି ସ୍ଥାନରେ ବିଜୁଳି ଘଡଘଡି ସହ ସାମାନ୍ୟ ବର୍ଷା ହୋଇପାରେ। କେନ୍ଦୁଝର, ମୟୂରଭଞ୍ଜ ଏବଂ ବାଲେଶ୍ବରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।