ଭୁବନେଶ୍ୱର: ଏଣିକି ରେଳ ଦୁର୍ଘଟଣା ରୋକିବାକୁ ଲାଗିବ କବଚ । ଏଥିପାଇଁ ରେଳ ଲାଇନ୍ ସମେତ ଷ୍ଟେସନ ପାଖରେ ଲଗାଯିବ ଅତ୍ୟାଧୁନିକ ଯନ୍ତ୍ରପାତି । ଏହା ଦ୍ୱାରା ସିଗନାଲ ମିଳିବା ମାତ୍ରେ ଟ୍ରେନର ବେଗ ସ୍ୱତଃ ନିୟନ୍ତ୍ରଣ ହୋଇଯିବ ଯାହାଫଳରେ ଦୁର୍ଘଟଣା ସହଜରେ ରୋକିହେବ ।
ଏହି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାରେ ନିର୍ମିତ କବଚ ସ୍ୱଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ଭଦ୍ରକ ଜିଲ୍ଲାର ରାଣୀତାଲରୁ ବିଶାଖାପାଟଣାର ଦୁବାଡା ପର୍ଯ୍ୟନ୍ତ ରେଳ ଲାଇନରେ ଏହି ବ୍ୟବସ୍ଥା ଲାଗୁ କରାଯିବ । ପରେ ସାରା ଦେଶରେ ଏହା ଲାଗୁ ହେବ । ସେଥିପାଇଁ ପୂର୍ବତଟ ରେଳପଥ ଟ୍ରେଣ୍ଡର ଆହ୍ୱାନ କରିଛି ।
ପୂର୍ବତଟ ରେଳପଥ ଜାନୁୟାରୀ ୧୬ରୁ ଏଥିପାଇଁ ଟ୍ରେଣ୍ଡର ଆହ୍ୱାନ କରିଥିବା ବେଳେ ଆବେଦନର ଶେଷ ତାରିଖ ରହିଛି ଫେବୃୟାରୀ ୧୮ । ସେହିପରି କାମ ଶେଷ ହେବା ପାଇଁ ୧୮ ମାସ ଅବଧି ଦିଆଯାଇଛି । ତେବେ ପ୍ରଥମ ପଯ୍ୟାୟରେ ହେବାକୁ ଥିବା ରେଳ ଲାଇନର ସୁରକ୍ଷା ବ୍ୟବସ୍ଥା ପାଇଁ ଖର୍ଚ୍ଚ ହେବ ପାଖାପାଖି ୨୮୦ କୋଟି ଟଙ୍କା ।