ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ୨୦୨୪ ବର୍ଷ ପାଇଁ ଛୁଟି ତାଲିକା ପ୍ରକାଶ ପାଇଛି। ଏହିବର୍ଷ ଛୁଟି ତାଲିକାରେ ୩୬୫ଦିନରୁ ୯୯ଟି ଛୁଟି ରହିଛି। ୨୦୨୪ ବର୍ଷରେ ବିଭିନ୍ନ ପୂଜା ପାର୍ବଣ ସହିତ ଜାତୀୟ ଦିବସ ଆଦିକୁ ମିଶାଇ ମୋଟ୍ ୩୦ ଟି ସରକାରୀ ଛୁଟି ରହିଛି। ଏଥିସହିତ ୬ଟି ଇଚ୍ଛାଧୀନ ଛୁଟି ଦିବସ ରହିଛି ଏବଂ କର୍ମଚାରୀମାନେ ଏହି ୬ଟି ଇଚ୍ଛାଧୀନ ଛୁଟି ମଧ୍ୟରୁ ଗୋଟିଏ ଦିନ ନିଜ ସୁବିଧା ଅନୁସାରେ ଛୁଟି ନେଇପାରିବେ। ଏଥିରେ ସରକାରୀ ଛୁଟି ୧୫ ଜାନୁଆରୀ ମକର ସଂକ୍ରାନ୍ତିରୁ ଆରମ୍ଭ ହୋଇ ୨୫ ଡିସେମ୍ବର ବଡ଼ ଦିନ ପଯ୍ୟନ୍ତ ରହିଛି।
ସୂଚନା ଅନୁସାରେ ,୨୦୨୪ ବର୍ଷର କ୍ୟାଲେଣ୍ଡରରେ ସରକାରୀ ଛୁଟି ୧୫ ଜାନୁଆରୀ ମକର ସଂକ୍ରାନ୍ତିରୁ ଆରମ୍ଭ ହୋଇ ୨୫ ଡିସେମ୍ବର ବଡ଼ ଦିନ ପଯ୍ୟନ୍ତ ରହିଛି। ଏହି ଦିନଗୁଡ଼ିକରେ ସରକାରୀ କାର୍ଯାଳୟ ସମେତ ରାଜସ୍ୱ ଓ ମାଜିଷ୍ଟ୍ରେଟ୍ କୋର୍ଟ ମଧ୍ୟ ବନ୍ଦ ରହିବ। ସେହିପରି ଜାନୁଆରୀ ୧୭ରେ ଗୁରୁଗୋବିନ୍ଦ ସିଂଙ୍କ ଜନ୍ମଦିନ, ଜାନୁୟାରୀ ୨୫ରେ ବ୍ରାହ୍ମସମାଜ ପ୍ରତିଷ୍ଠା ଦିବସ, ମାର୍ଚ୍ଚ ୩୦ରେ ଇଷ୍ଟର ଶନିବାର, ମେ’ ୨୨ରେ ରାଜା ରାମମୋହନ ରାୟ ଜନ୍ମଦିନ, ଜୁଲାଇ ୧୫ରେ ବାହୁଡ଼ା ଯାତ୍ରା ଓ ଡିସେମ୍ବର ୨୪ରେ ଖ୍ରୀଷ୍ଟମାସ ପର୍ବକୁ ଇଚ୍ଛାଧୀନ ଛୁଟି ଭାବେ ସରକାର ଘୋଷଣା କରିଛନ୍ତି। ସେହିପରି ରାଜ୍ୟରେ ସରକାର ଜାରି କରିଥିବା ତାଲିକା ଅନୁଯାୟୀ ୬ଟି ଇଚ୍ଛାଧୀନ ଛୁଟି ମଧ୍ୟରୁ ଯେ କୌଣସି ଗୋଟିଏରେ ସରକାରୀ କର୍ମଚାରୀମାନେ ଇଚ୍ଛାଧୀନ ଭାବେ ଛୁଟି ନେଇପାରିବେ।
ଅଧିକ ପଢନ୍ତୁ ; ଡିସେମ୍ବର ୧ରୁ ଆରମ୍ଭ ରାଜ୍ୟ ପୁସ୍ତକ ମହୋତ୍ସବ