ଡିସେମ୍ବର ୧ରୁ ୧୦ ତାରିଖ ପର୍ଯ୍ୟନ୍ତ ୫ମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ବିଗତ ୪ ବର୍ଷ ହେଲାଣି ଏହି ପୁସ୍ତକ ମେଳାର ଆୟୋଜନ କରାଯାଉଛି। ଏହି ୫ମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବରେ ପ୍ରକାଶକ, ବିତରକ, ବିକ୍ରେତା, ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଯୋଗ ଦେବେ। ଚଳିତ ବର୍ଷ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାର, ଉତ୍ତର ପ୍ରଦେଶ, ଦିଲ୍ଲୀ, ହରିୟାଣା, ଛତିଶଗଡ଼, ଗୁଜରାଟ, ମହାରାଷ୍ଟ୍ର, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଆଦି ରାଜ୍ୟର ବହୁ ପୁସ୍ତକ ପ୍ରକାଶକ ଓ ବିକ୍ରେତା ଯୋଗଦାନ କରିବାକୁ ସ୍ୱୀକୃତି ପ୍ରଦାନ କରିଛନ୍ତି। ଏହି ପୁସ୍ତକ ମେଳା ଆୟୋଜନ ହେବା ଫଳରେ ସମସ୍ତେ କିଛି କିଛି ନୂତନ ପୁସ୍ତକ ପାଇପାରୁଛନ୍ତି।
ସୂଚନା ମୁତାବକ, ୫ମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ ଡିସେମ୍ବର ୧ରୁ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ। ଏହି ପୁସ୍ତକ ମେଳାରେ ବିଭିନ୍ନ ରାଜ୍ୟର ବହୁ ପୁସ୍ତକ ପ୍ରକାଶକ ଓ ବିକ୍ରେତା ଯୋଗଦାନ କରିବାକୁ ଯାଉଛନ୍ତି। ଏହି ପୁସ୍ତକ ମେଳା ଆୟୋଜନ ହେବା ଫଳରେ ସମସ୍ତେ କିଛି କିଛି ନୂତନ ପୁସ୍ତକ ପାଇପାରୁଛନ୍ତି। ଆସନ୍ତା ନଭେମ୍ବର ୧୭ରୁ ପ୍ରଦର୍ଶନୀ ପଡ଼ିଆରେ ଷ୍ଟଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଥିବାରୁ ସହ-ଆୟୋଜକ ରାଜଧାନୀ ପୁସ୍ତକମେଳା, ଏକାମ୍ର ପୁସ୍ତକ ମହୋତ୍ସବ କମିଟି ଏବଂ ଓଡ଼ିଶା ପୁସ୍ତକ ପ୍ରକାଶକ ଓ ବିକ୍ରେତା ସଂଘର କର୍ମକର୍ତ୍ତାମାନଙ୍କର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ଯେଉଁମାନେ ଯୋଗଦାନ କରିବାକୁ ଇଚ୍ଛୁକ ସେମାନେ ନଭେମ୍ବର ୧୧ ତାରିଖ ପୂର୍ବରୁ ରାଜଧାନୀ ପୁସ୍ତକମେଳା କମିଟିକୁ ଯୋଗାଯୋଗ କରିବା ପାଇଁ ବ୍ୟବସ୍ଥା ମଧ୍ୟ କମିଟି ପକ୍ଷରୁ କରାଯାଇଛି।
ଅଧିକ ପଢନ୍ତୁ ; ଆଜିଠାରୁ ପାଗ ସମ୍ପୂର୍ଣ୍ଣ ମେଘମୁକ୍ତ ଓ ଶୁଖିଲା ରହିବା ସହ ଶୀତର ପରିମାଣ ମଧ୍ୟ ବଢିବ