କଟକ: କଟକର ଐତିହାସିକ ବାଲି ଯାତ୍ରାକୁ ଆଉ ଦିନ କେଇଟା ବାକି ରହିଲା। ସବୁ ସ୍ତରରେ ପ୍ରସ୍ତୁତି ଜୋରଦାର ଚାଲିଛି। ପ୍ରଶାସନଠୁ ନେଇ ବିଦ୍ୟୁତ ବିଭାଗ ଓ ମଞ୍ଚ ପ୍ରସ୍ତୁତ ପାଇଁ ନିୟୋଜିତ ଟିମ୍ ଯୁଦ୍ଧକାଳୀନସ୍ତରେ କାମରେ ଲାଗିଛନ୍ତି। ବାଲିଯାତ୍ରାରେ ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ପାଇଁ ୭୦ ପ୍ଲାଟୁନରୁ ଅଧିକ ପୋଲିସ ଫୋର୍ସ ମୁତୟନ ହେବେ ।
କଟକ ଡିସିପି କହିଛନ୍ତି ଉଭୟ ତଳ ଓ ଉପର ପଡିଆରେ କୋଡ଼ିଏଟି ଏଡ୍ ପୋଷ୍ଟ ସହ ରହିବ ୱାଚ ଟାୱାର । ବାଲିଯାତ୍ରା ପାଇଁ ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ସହ ସ୍ଵତନ୍ତ୍ର ପାର୍କିଂ ରହିବ ବୋଲି କଟକ ଡିସିପି କହିଛନ୍ତି । ଏଥିସହିତ ବାଲିଯାତ୍ରା ପାଇଁ ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ସହ ସ୍ଵତନ୍ତ୍ର ପାର୍କିଂ ରହିବ ବୋଲି । ବାଲିଯାତ୍ରା ସମୟରେ ଅନବରତ ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ ୧୦ଟି କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ଯେଉଁଠି ୨୪ ଘଣ୍ଟା କର୍ମଚାରୀ ମାନେ ସଜାଗ ରହିବେ ବୋଲି ବିଦ୍ୟୁତ ବିଭାଗ ଏକ୍ଜିକ୍ୟୁଟିଭ ଇଞ୍ଜିନିୟର କହିଛନ୍ତି ।
ଚଳିତ ବାଲିଯାତ୍ରାକୁ ବେଶ୍ ଆକର୍ଷଣୀୟ କରିବା ପାଇଁ ଜିଲ୍ଲା ପ୍ରଶାସନ ବହୁତ ଯୋଜନା କରିଛନ୍ତି । ବିଶେଷ କରି ଏଥର ବାଲିଯାତ୍ରାରେ ୫ ଶହ ଡ୍ରୋନ୍ରେ ସୋ’ ର ଆୟୋଜନ ହେବ। ମହାନଦୀରେ ଲେଜର ସୋ’ ଉପଭୋଗ କରିପାରିବେ ଦର୍ଶକ। ଏଥିସହ କଟକ ଇନ୍ କଟକରେ ହେବାକୁ ଯାଉଥିବା ଓଡ଼ିଆ ଅସ୍ମିତା ଓ ଓଡ଼ିଆ ସିନେମାକୁ ନେଇ ସୋ’ ଦେଖି ପାରିବେ । ଚଳିତ ବର୍ଷ ବାଲିଯାତ୍ରା ଓରମାସ୍ରେ ଅଧିକ ଷ୍ଟଲ କରାଯିବା ସହ ରାଜ୍ୟ ତଥା ରାଜ୍ୟ ବାହାରର ବ୍ୟବସାୟୀଙ୍କ ପସରା ଜମିବ । ଚଳିତ ବର୍ଷ ବାଲିଯାତ୍ରା ବେଶ୍ ଆକର୍ଷଣୀୟ ହେବ ବୋଲି କଟକ ବାସିନ୍ଦା କହିଛନ୍ତି।