ପୁଣି ଅଶାନ୍ତ ବାଣୀବିହାର । ଉତ୍କଳ ବିଶ୍ୱବିଦ୍ୟାଳୟରେ ତେଜିଲା ଜେଏନୟୁ ତାତି । ଅତିଥି ଅଧ୍ୟାପକଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ । ଆଜି ଉତ୍କଳ ବିଶ୍ୱବିଦ୍ୟାଳୟରେ ଦେଖିବାକୁ ମିଳିଲା ଜେଏନୟୁ ତାତି । ରବିବାର ଉତ୍କଳ ବିଶ୍ୱବିଦ୍ୟାଳୟରେ ଏକ ଆଲୋଚନା ଚକ୍ର ଚାଲିଥିବାବେଳେ ସେଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି । ତେବେ ଜେଏନୟୁରୁ ଆସିଥିବା ପ୍ରଫେସରଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ତେବେ ଜେଏନୟୁର ଅର୍ଥନୀତି ପ୍ରଫେସର ସୁରଜିତ୍ ମଜୁମଦାର ସିଟିଜେନ ଫୋରମ୍ ପକ୍ଷରୁ ଆୟୋଜିତ ସେମିନାରରେ ଯୋଗ ଦେବାକୁ ଆସିଥିଲେ , ଭାରତୀୟ ସମ୍ବିଧାନ ଉପରେ ଏହି ସେମିନାର ଆୟୋଜିତ ହୋଇଥିଲା । ଏହି ସମୟରେ କିଛି ଛାତ୍ର ସେଠାକୁ ଆସି ସେମିନାର ବନ୍ଦ କରିବାକୁ କହିବା ସହ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଥିଲା । ତେବେ କିଛି ଛାତ୍ର ଅତିଥିଙ୍କୁ ଆକ୍ରମଣ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଗଣ୍ଡଗୋଳ ରେ ଦୁଇ ଜଣ ଆହତ, ଉଭୟଙ୍କ ପକ୍ଷରୁ ସହିଦନଗର ଥାନାରେ ଏତଲା |