ପୁରୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଅଗ୍ନିଶମ ଗାଡ଼ି ଧକ୍କାରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ପୁରୀ ଭୁବନେଶ୍ଵର ଜାତୀୟ ରାଜପଥର ତଳଜଙ୍ଗ ଛକରେ ଏହି ଦୁର୍ଘଟଣା ଘଟିଛି। ମୃତ ଛାତ୍ର ହେଉଛନ୍ତି ସ୍ୱଂୟ ଶୁଭମ୍ ସେନାପତି ।
ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସର ଶେଷବର୍ଷର ଛାତ୍ର ଥିଲେ ସ୍ୱଂୟ । ସେ କଲେଜ ସାରି ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ସାମ୍ନା ପଟୁ ଆସୁଥିବା ଅଗ୍ନିଶମ ବାହୀନିର ଗାଡ଼ି ସହ ଧକ୍କା ହେବାରୁ ତାଙ୍କର ମୃତ୍ୟୁ ହୋଇଛି। ଚନ୍ଦନପୁର ପାଖରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ଅଗ୍ନିଶମ ବାହୀନି ରଙ୍ଗ ରୁଟରେ ଆସୁଥିଲା। ଛାତ୍ର ଜଣକ କଲେଜରୁ ବାହାରି ଘରକୁ ଯାଉଥିବା ବେଳେ ସାମ୍ନାରୁ ଧକ୍କା ହୋଇଥିଲା। ଯାହାଫଳରେ ଘଟଣାସ୍ଥଳରେ ସ୍ୱଂୟମଙ୍କ ମୃତ୍ୟୁ ହୋଇଛି। ଏହାକୁ ନେଇ ଉତ୍ୟକ୍ତ ଲୋକେ ଚାଳକଙ୍କୁ ଅଟକ ରଖି ତଳଜଙ୍ଗ ଛକରେ ରାସ୍ତା ଅବରୋଧ କରିଛନ୍ତି।
ସେପଟେ ସ୍ୱଂୟଙ୍କ ମୃତ୍ୟୁ ଖବରରେ ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।