କେନ୍ଦୁଝର: କେନ୍ଦୁଝର କେନ୍ଦୁ ଲିଫ୍ ଡିଭିଜନର ଡିଏଫ୍ଓ ନିତ୍ୟାନନ୍ଦ ନାୟକଙ୍କ ସରକାରୀ କ୍ୱାର୍ଟରରୁ ସୋମବାର ପୁଣି ପୁଳା ପୁଳା ଟଙ୍କା ଜବତ ହୋଇଛି । ଖାଲି ସେତିକି ନୁହେଁ ଘରୁ ପିସ୍ତଲ ଏବଂ ଏକାଧିକ ବ୍ୟାଙ୍କ ପାସ୍ ବୁକ୍ ମଧ୍ୟ ମିଳିଛି । ଫରେଷ୍ଟ କଲୋନୀରେ ଥିବା କ୍ୱାଟର୍ସରୁ ପ୍ରାୟ ସାଢ଼େ ୮ ଲକ୍ଷ ଟଙ୍କାର ନଗଦ ଟଙ୍କା ଜବତ କରାଯାଇଛି ।
ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି କେନ୍ଦୁଲିଫ୍ ଡିଭିଜନର ଡିଏଫ୍ଓ ନିତ୍ୟାନନ୍ଦ ନାୟକଙ୍କର ୭ଟି ଠିକଣାରେ ଭିଜିଲାନ୍ସ ଚଢ଼ଉ କରିଥିଲା । ଅନୁଗୁଳ, ନୟାଗଡ଼ ଓ କେନ୍ଦୁଝରରେ ଚଢ଼ଉ ହୋଇଥିଲା । ଆଜି ତାଙ୍କୁ ଭିଜିଲାନ୍ସ ଟିମ୍ ଅନୁଗୁଳରୁ କେନ୍ଦୁଝର ସ୍ଥିତ ସରକାରୀ ବାସଭବନ ଓ କାର୍ଯ୍ୟାଳୟରେ ଚଢ଼ଉ କରିଥିଲା । ଅନୁଗୁଳଠାରେ ଥିବା ୪ ମହଲା କୋଠା, ବନ୍ତଳାର ମଦନ ମୋହନପାଟଣା ଗାଁରେ ଥିବା ପୈତୃକ ଘର, ଜଗନ୍ନାଥପୁରଠାରେ ଶ୍ୱଶୁର ଘର, ନୟାଗଡ଼ର କୋମଣ୍ଡରେ ଥିବା ତାଙ୍କ ପୁଅଙ୍କ ଘର, ପୁଅଙ୍କ କାର୍ଯ୍ୟାଳୟ ଓ କେନ୍ଦୁଝର କେନ୍ଦୁଲିଫ୍ କାର୍ଯ୍ୟାଳୟରେ ଚଢ଼ଉ କରାଯାଇଥିଲା । ଏଥିରେ ୩ଜଣ ଡିଏସପି, ୧୦ଜଣ ଇସ୍ପେକ୍ଟର ଏବଂ ଅନ୍ୟ ୨ଜଣ କର୍ମଚାରୀ ସାମିଲ୍ ଅଛନ୍ତି ।