ଭୁବନେଶ୍ୱର: ରାଜ୍ୟ ସରକାର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ ଚର୍ଚ୍ଚା ଚାଲିଥିବା ଭିତରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟପାଳଙ୍କୁ ହଠାତ ଭେଟିଛନ୍ତି । ରାଜଭବନରେ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ଭେଟିବା ପରେ ଚର୍ଚ୍ଚା ଜୋର ଧରିଛି । ଯଦିଓ ଏହାକୁ ଏକ ସୗଜନ୍ୟମୂଳକ ସାକ୍ଷାତ ବୋଲି କୁହାଯାଇଛି ତେବେ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିରେ ଏହି ସାକ୍ଷାତ ଅନେକ ଗୁରୁତ୍ବ ବହନ କରୁଛି। ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ ଏ ଆଲୋଚନା ହୋଇପାରେ ବୋଲି ରାଜନୈତିକ ସମୀକ୍ଷକ ଅନୁମାନ କରୁଛନ୍ତି।
ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା ହୋଇଥିବା କୁହାଯାଉଛି। ଯେହେତୁ ଆଗକୁ ବିଧାନସଭାର ମୌସୁମୀ ଅଧିବେସନ ରହିଛି ତାପୂର୍ବରୁ ହୁଏତ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରାଯାଇପାରେ ବୋଲି ଅନୁମାନ କରିଛନ୍ତି ରାଜନୈତିକ ସମୀକ୍ଷକ। ଏବେ ରାଜ୍ୟ ମନ୍ତ୍ରୀମଣ୍ଡଳରେ ୬ଟି ମନ୍ତ୍ରୀ ପଦ ଖାଲି ପଡିଛି, ତେଣୁ ଏ ପ୍ରସଙ୍ଗରେ ହୁଏତ ଉଭୟ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ମଧ୍ୟରେ ଆଲୋଚନା ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି।