ଝାରସୁଗୁଡ଼ା: ଦିନ ଦ୍ୱିପହରରେ ବ୍ୟାଙ୍କ ଲୁଟ୍ କଲେ ଲୁଟେରା । ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ରେଙ୍ଗାଲୀ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୪୯ ନିକଟରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଲୁଟ ହୋଇଛି ।
ସୂଚନା ଯୋଗ୍ୟ, ୩ ଜଣ ଦୁର୍ବୁତ୍ତ ହେଲମେଟ ପିନ୍ଧି ବ୍ୟାଙ୍କ ଭିତରକୁ ବନ୍ଧୁକ ଧରି ପଶିଥିଲେ। ବ୍ୟାଙ୍କରେ କଳାକନା ବୁଲାଇଲେ ଲୁଟେରା । ଲୁଟେରାମାନେ କେତେଟଙ୍କା ଚୋରି କରିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ଲୁଟ କରିବା ପରେ ଲୁଟେରାମାନେ ଛତିଶଗଡ଼ ସୀମାନ୍ତ ଦେଇ ଫେରାର ହୋଇଥିବା ପୋଲିସ ଅନୁମାନ କରୁଛି । ଘଟଣାସ୍ଥଳକୁ ବରିଷ୍ଠ ପୋଲିସ ଅଧିକାରୀ ଓ ରେଙ୍ଗାଲି ପୋଲିସ ପହଞ୍ଚି ଛାନଭିନ ଜାରି କରିଛନ୍ତି । ଛତିଶଗଡ କୁ ସଂଯୋଗ କରୁଥିବା ରାସ୍ତାକୁ ପୋଲିସ ସିଲ କରିଛି । କିଏ ଓ କାହିଁକି ଏପରି କାର୍ଯ୍ୟ କରିଛି ତାହା ଅସ୍ପଷ୍ଟ ରହିଛି ।