ଯାଜପୁର : ଯାଜପୁରରେ ପୁଣି ଘଟିଛି ଲଜ୍ଜାକର ଘଟଣା । ନାବାଳିକା ହକି ଖେଳାଳିଙ୍କୁ ତାଙ୍କ ନିଜ କୋଚ୍ ଅସଦାଚରଣ ଏବଂ ଦୁଷ୍କର୍ମ କରିଥିବା ଭଳି ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ପରେ ଯାଜପୁର ଟାଉନ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁଖ୍ୟ ଅଭିଯୁକ୍ତ ହକି କୋଚଙ୍କୁ ଅଟକ ରଖି ପଚରାଉଚରା କରିଛି।
ସୂଚନା ଅନୁଯାୟୀ ଗତ ୩ତାରିଖ ସନ୍ଧ୍ୟାରେ କୋଚ ଓ ସହଯୋଗୀ ନାବାଳିକାଙ୍କୁ ରାସ୍ତାରୁ ଉଠାଇ ନେଇ ଲଜରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
ଛାତ୍ରୀ ଜଣକ ୨ବର୍ଷ ହେବ ଯାଜପୁର ହକି ଷ୍ଟାଡ଼ିୟମରେ ପ୍ରଶିକ୍ଷଣ ନେଉଥିଲେ । ୩ ଜଣଙ୍କ ନାଁରେ ଟାଉନ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ନେଇ ପୋକ୍ସୋ କୋର୍ଟରେ ହାଜର ହେଲେ ପୀଡିତା । ୧୮୩ ବିଏଏସଏସ ଅନୁଯାୟୀ ପୀଡିତାଙ୍କ ବୟାନ କୋର୍ଟରେ ରେକର୍ଡ କରାଯାଇଛି ।