ଭୁବନେଶ୍ୱର: ଆଜିଠୁ ପ୍ଲାଷ୍ଟିକରେ ପେଟ୍ରୋଲ ମନା । ଏଣିକି ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରି ହୋଇପାରିବ ନାହିଁ । ଯେଉଁମାନେ ରାସ୍ତାଘାଟରେ ପ୍ଲାଷ୍ଟିକ୍ ବୋତଲରେ ପେଟ୍ରୋଲ ବିକୁଥିଲେ , ଆଜିଠାରୁ ବିକ୍ରି କରିପାରିବେ ନାହିଁ ବୋଲି କୁହାଯାଇଛି । ଏହାପରେ ନିୟମକୁ ନମାନି ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରି କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । କେବଳ କାଚ ଓ ଟିଣ ବୋତଲରେ ପେଟ୍ରୋଲ ବିକ୍ରି ପାଇଁ ଅନୁମତି ଦିଆଯାଇଛି । ତେବେ ଆଜିଠାରୁ ବିଭିନ୍ନ ପେଟ୍ରୋଲ ପମ୍ପ୍ରେ ଏନେଇ ଯାଞ୍ଚ କରାଯିବା ସହ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।