ଭୁୁବନେଶ୍ୱର: ଗତକାଲି ରାଜ୍ୟପାଳ ବ୍ୟକ୍ତିଗତ ଭାବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଭେଟିଥିଲେ । ଆଜି ଆଇନ ତଥ ପୃଥ୍ୱୀରାଜଙ୍କୁ ଭେଟିଛନ୍ତି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟ । ଉଭୟଙ୍କ ମଧ୍ୟରେ ରାଉରକେଲାର ବିକାଶମୂଳକ କାର୍ଯ୍ୟକୁ ନେଇ ଆଲୋଚନା ହୋଇଛି ।
ଏହି ସାକ୍ଷାତ ପରେ ଦିଲୀପ ରାୟ କହିଛନ୍ତି, ରାଉରକେଲାର ଗ୍ଲାସ ବ୍ରିଜ, ରିଂ ରୋଡ୍ ଓ ଝୁଲା ବ୍ରିଜ ବିଷୟରେ ମନ୍ତ୍ରୀଙ୍କ ସହ ଆଲୋଚନା ହେଲା । ଦୁର୍ଗା ପୂଜା ସୁଦ୍ଧା ବ୍ରିଜ କାମ ଆରମ୍ଭ ହୋଇଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏହା ସହିତ ରାଉରକେଲାର ଅନ୍ୟାନ୍ୟ ଆନୁସଙ୍ଗିକ ପ୍ରସଙ୍ଗ ବିଷୟରେ ଆଲୋଚନା କଲି ।
ତେବେ ଦୁଇ ମାସ ତଳେ ସେ କାହିଁକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ ? ଗଣମାଧ୍ୟମ ପ୍ରତିନିଧିଙ୍କ ଏହି ପ୍ରଶ୍ନର ଉତ୍ତରରେ ଦିଲୀପ କହିଛନ୍ତି, ରାଜ୍ୟର ବିକାଶମୂଳକ କାର୍ଯ୍ୟ ବିଷୟରେ ଆଲୋଚନା ହୋଇଥିଲା । କଣ ଆପଣଙ୍କୁ ଦଳ ରାଜ୍ୟସଭାକୁ ପଠାଇବ ? ଏହି ପ୍ରଶ୍ନକୁ ସେ ଏଡାଇ ଦେଇ କହିଛନ୍ତି ଯେ, ସେମିତି କିଛି ନାହିଁ । ଏହା ଉପରେ କୌଣସ ଆଲୋଚନା ହୋଇନି ।