ଭୁବନେଶ୍ୱର: ରାଜ୍ୟ ସରକାର ଖୁବ ଶୀଘ୍ର ୨୨ଟି ଖଣି ନିଲାମ କରିବାକୁ ଯାଉଛନ୍ତି । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଖଣି ନିଲାମକୁ ନେଇ ମଙ୍ଗଳବାର ବଡ଼ ସୂଚନା ଦେଇଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ।
ଖଣି ମନ୍ତ୍ରୀ କହିଛନ୍ତି ଯେ ପୂର୍ବ ସରକାର ଦୀର୍ଘ ଦିନ ଧରି ଖଣି ନିଲାମ କରୁ ନଥିଲେ । ନୂଆ ସରକାର ଆସିବା ପରେ ବର୍ଷକ ମଧ୍ୟରେ ୮ ଟି ଖଣି ନିଲାମ କରିଛନ୍ତି । ଖୁବ୍ ଶୀଘ୍ର ଆହୁରି ୨୨ଟି ଖଣି ନିଲାମ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଖଣି ନିଲାମ ଦ୍ୱାରା ରାଜ୍ୟର ରାଜସ୍ୱ ବୃଦ୍ଧି ପାଇବ । ତାହା ସହ ଶିଳ୍ପ ଆସିବା ଦ୍ୱାରା ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ ହେବ । ସେ ଦିଗକୁ ପ୍ରାଧାନ୍ୟ ଦେଇ ଖଣି ବିଭାଗ କାମ କରୁଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ ।