ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ମଧ୍ୟପୁର ଗାଁର ଜଣେ ମହିଳାଙ୍କସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଉଛନ୍ତି ଅଞ୍ଜଳୀ ନାଏକ । ଅଞ୍ଜଳି ଘରେ ଶୋଇଥିବା ବେଳ ବିଳମ୍ବିତ ରାତିରେ ତାଙ୍କର ବାନ୍ତି ହୋଇଥିଲା । ଏହାପରେ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ବେଲପଡା ଡାକ୍ତରଖାନାକୁ ଆଣିଥିଲେ । ହେଲେ ଡାକ୍ତର ସେଠାରେ ମୃତ ଘୋଷଣା କରିଛନ୍ତି ।
ଅଧିକ ପଢନ୍ତୁ: ରାସନକାର୍ଡରେ ଇ-କେୱାଇସି ଅପଡେଟ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ୍; କହିଲେ ଆଉ ହେବନି କୋହଳ, ମାର୍ଚ୍ଚ ୩୧ ସୁଦ୍ଧା କରେଇ ନିଅନ୍ତୁ ଅପଡେଟ୍
ସେପଟେ ଏହି ଘଟଣା ପରେ ମୃତକଙ୍କ ସ୍ୱାମୀ ସୁଧୀର ନାୟକ ପତ୍ନୀ ଫାଇରେଲିଆ ଔଷଧ ଖାଇବାରୁ ଏଭଳି ହୋଇଥିବା ଅଭିଯୋଗ କରିଛନ୍ତି । ମୃତକଙ୍କ ସ୍ୱାମୀଙ୍କ କହିବା ମୁତାବିକ ଆଶା ଦିଦି ତାଙ୍କ ଘରକୁ ଯାଇ ଫେଲେରୀଆ ଔଷଧ ଖାଇବାକୁ ଦେଇଥିଲେ। ଏହାପରେ ବିଳମ୍ବିତ ରାତିରେ ତାଙ୍କର ବାନ୍ତି ହୋଇ ଅବସ୍ଥା ଗୁରୁତର ହୋଇଥିଲା । ତେବେ ମୃତୁ୍ୟ ପାଇଁ ସେ ଫାଇରେଲିଆ ଔଷଧ ଖାଇବାରୁ ଏଭଳି ହୋଇଥିବା ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ବେଲପଡ଼ା ଡାକ୍ତର ଖାନା ମେଡିକାଲ ଅଫିସର ରବୀନ୍ଦ୍ର ମେହେର ଫାଇରେଲିଆ ଔଷଧ ପାଇଁ ଏଭଳି ହୋଇନାହିଁ, ଶବ ବ୍ୟବଚ୍ଛେଦ ପର ପ୍ରକୃତ କାରଣ ଜଣାପଡିବ ବୋଲି କହିଛନ୍ତି । ସେପଟେ ଘଟଣା ପରେ ଜିଲ୍ଲା ଚିକିତ୍ସା ଅଧିକାରୀ ମଧ୍ୟ ବେଲାପଡ଼ା ଡାକ୍ତରଖାନା ପହଞ୍ଚି ତଦନ୍ତ କରୁଛନ୍ତି ।