ମଙ୍ଗଳବାର କ୍ରାଇମବ୍ରାଞ୍ଚ ନିକଟରେ ଆତ୍ମସମର୍ପଣ କରିଛନ୍ତି ଶରଣକୁଳ ଥାନା ନିଲମ୍ବିତ ଆଇଆଇସି ସୁଜିତ ଦାସ । ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସୁଜିତ କ୍ରାଇମବ୍ରାଞ୍ଚରେ ହାଜର ହୋଇ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି।ମହିଳାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଆଇଆଇସିଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ଡିଜିପିଙ୍କ ନିର୍ଦ୍ଦେଶରେ କ୍ରାଇମବ୍ରାଞ୍ଚ ସିଏଡବ୍ଲୁ ମାମଲାର ତଦନ୍ତ କରୁଛି। ଅନ୍ୟପକ୍ଷେ ହାଇକୋର୍ଟ ଆଇଆଇସିଙ୍କ ଗିରଫଦାରୀ ଉପରେ ରୋକ ଲଗାଇଛନ୍ତି। ସୁଜିତଙ୍କୁ ତଦନ୍ତରେ ସହଯୋଗ କରିବା ପାଇଁ ରହିଛି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁଯାୟୀ,ଜଣେ ମହିଳାଙ୍କୁ ନ୍ୟାୟ ଦେବା ନାଁରେ ଅସଦାଚରଣ ଏବଂ ଅନୁଚିତ ବ୍ୟବହାର କରିବା ନେଇ ଏସ୍.ପି. (SP)ଙ୍କ ନିକଟରେ ଅଭିଯୋଗ ହୋଇଥିଲା।
କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଥମେ ତାଙ୍କୁ ଥାନାରୁ ବଦଳି କରାଯାଇଥିଲା ଏବଂ ପରେ ଜୁନ୍ ୨୦୨୬ରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସ୍ଵରୂପ ନିଲମ୍ବିତ କରାଯାଇଥିଲା।