ଭଦ୍ରକ: ପାଣି ପିଇବାକୁ ଆସି ଲୁଟ୍ କଲେ ଲୁଟେରା। ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧୀନ ପାଇମହୁରା ଫୁଟ୍ଓଭରବ୍ରିଜ୍ ନିକଟରେ ଥିବା ଅବସରପ୍ରାପ୍ତ ଅତିରିକ୍ତ ଶିକ୍ଷା ଅଧିକାରୀ ଶରତ ଚନ୍ଦ୍ର ବାରିକଙ୍କ ଘରେ ଏହି ଲୁଟ୍ ଘଟଣା ଘଟିଛି ।
ତିନି ଜଣ ଯୁବକ ପ୍ରଥମେ ପାଣି ମାଗି ଘରକୁ ଆସିଥିଲେ। ପରିବାର ଲୋକେ ପାଣି ଆଣିବାକୁ ଯିବା ସମୟରେ ସେମାନେ ଜବରଦସ୍ତି ଘର ଭିତରକୁ ପଶି କବାଟ ବନ୍ଦ କରିଦେଇଥିଲେ । ଦୁର୍ବୃତ୍ତମାନେ ବନ୍ଧୁକ ଓ ଛୁରୀ ଦେଖାଇ ଶରତ ବାରିକଙ୍କ ସ୍ତ୍ରୀ ଓ ଭାଇଙ୍କୁ ଧମକ ଦେଇ ଅଳଙ୍କାର ରଖାଯାଇଥିବା ବାକ୍ସ ଦେଖାଇବାକୁ ବାଧ୍ୟ କରିଥିଲେ। ସେଥିରୁ ୩ ହଳ କାନଫୁଲ, ୨ଟି ହାର, ୩ଟି ମୁଦି, ୧ଟି ସାଙ୍ଖି, ୨ଟି ମଙ୍ଗଳସୂତ୍ର ସହ ନଗଦ ୪୦ ହଜାର ଟଙ୍କା ଲୁଟି ଫେରାର ହୋଇଯାଇଥିଲେ ।
ଖବର ପାଇ ଧାମନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।