ବୌଦ୍ଧ : ଓଡ଼ିଶାର ମହିଳାଙ୍କୁ ଆର୍ଥିକ ଓ ସାମାଜିକ ସ୍ତରରେ ସୁଦୃଢ଼ କରିବା ପାଇଁ ବିଜେପି ସରକାରଙ୍କ ଏକ ମହତ୍ୱାକାଙ୍କ୍ଷୀ ଯୋଜନା ହେଉଛି ସୁଭଦ୍ରା ଯୋଜନା ।
ଏହିକ୍ରମରେ ଆଜି ବୌଦ୍ଧ ଜିଲ୍ଲାର ମହିଳା ମାନଙ୍କୁ ସଚେତନ କରାଇବା ପାଇଁ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇ ଟାଉନ୍ ହଲ ପର୍ଯ୍ୟନ୍ତ ସ୍ବାଗତ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ପଦଯାତ୍ରାରେ ଶହ ଶହ ମହିଳା ଭାଗ ନେଇଥିଲେ । ପଦଯାତ୍ରା ଟାଉନ୍ ହଲ ଠାରେ ପହଞ୍ଚିବା ପରେ ବୌଦ୍ଧ ଜିଲ୍ଲାପାଳ ଶ୍ରୀ ସୁବ୍ରତ କୁମାର ପଣ୍ଡା ଓ ଅନ୍ୟ ଅତିଥିଗଣ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ ସହିତ ପ୍ରଭୁଙ୍କୁ ପୁଷ୍ପାଞ୍ଜଳି ଓ ଧୂପ ଅର୍ଘ୍ୟ ଅର୍ପଣ ପରେ ସୁଭଦ୍ରା ଯୋଜନା ସଂପର୍କରେ ଏକ ସଭା ଆରମ୍ଭ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ ଶ୍ରୀ ସୁବ୍ରତ କୁମାର ପଣ୍ଡା,ଉପ ଜିଲ୍ଲାପାଳ ଶ୍ରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅନିରୁଦ୍ଧ ପ୍ରଧାନ ଉପସ୍ଥିତ ମହିଳା ମାନଙ୍କୁ ସୁଭଦ୍ରା ଯୋଜନା ସଂପର୍କରେ ଅବଗତ କରାଇଥିଲେ । ଏଥିସହ ଏହି କାର୍ଯ୍ୟକ୍ରମରେ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ, ବୌଦ୍ଧ ତହସିଲଦାର, DSWO ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ DPC ମିଶନ ଶକ୍ତି ବୌଦ୍ଧ ଶ୍ରୀ ରଶ୍ମୀ ରଞ୍ଜନ ସେଠୀ ପରିଚାଳନା କରିଥିଲେ ।