ସୋର: ଅଧାରେ ରହିଗଲା ସ୍ୱପ୍ନ । ପରୀକ୍ଷା ଦେବାକୁ ବାହାରିବା ବେଳେ ହଠାତ ଟଳିପଡ଼ିଲେ ଛାତ୍ର । ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ବରିପଦା ଗାଁରେ ଜଣେ ମାଟ୍ରିକ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ହୋଇଛି । ଘରୁ ପରୀକ୍ଷା ଦେବାକୁ ବାହାରିବା ବେଳେ ହଠାତ ଛାତ୍ରଙ୍କ ପେଟ କାଟିବାରୁ ସେ ତଳେ ପଡ଼ି ଯାଇଥିଲେ ଛାତ୍ର । ଅସହ୍ୟ ଯନ୍ତ୍ରଣା ହେବା କାରଣରୁ ପରିବାର ଲୋକେ ଛାତ୍ରଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଏହା ପୂର୍ବରୁ ଅଧାବାଟରେ ଛାତ୍ରଙ୍କର ଜୀବନ ଚାଲିଯାଇଥିଲା। ସୋର ମେଡିକାଲରେ ପହଂଚିବା ପରେ ଛାତ୍ରକୁ ଡାକ୍ତର ମୃତ ଘୋଷଣା କରିଥିଲେ ।
ତେବେ ପ୍ରାଥମିକ ସୂଚନା ଅନୁଯାୟୀ ଛାତ୍ରଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଘଟଣା ପରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।