ଗୋପ : କଲେଜ ଛାତ୍ରୀଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ। ବ୍ଲେଡରେ ଆକ୍ରମଣ କଲେ ଦୁର୍ବୁତ୍ତ। ଯାହାଫଳରେ ଛାତ୍ରୀଙ୍କ ବେକରେ ଗଭୀର ଆଘାତ ଲାଗିଛି। ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ପୁରୀ ଜିଲ୍ଲା ଗୋପ ଥାନା ନାଗପୁରର ଅଭାବନୀୟ ଘଟଣା। ତେବେ ଉକ୍ତ ଘଟଣାକୁ ନେଇ ଘଟଣା ସ୍ଥଳରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଲିଛି। ଖବରପାଇ ଗୋପ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ବୟାନ ଆଧାରରରେ ଘଟଣାର ତଦନ୍ତ କରୁଛି।
ସୂଚନା ଅନୁସାରେ , ଛାତ୍ରୀ ଜଣକ ଗୋପ କଲେଜର ଯୁକ୍ତ ଦୁଇର ଦ୍ୱିତୀୟ ବର୍ଷର ଛାତ୍ରୀ। ଆଜି ସକାଳୁ ପରୀକ୍ଷା ଦେବାକୁ ସାଇକେଲରେ ଛାତ୍ରୀ ଜଣକ କଲେଜ ଯାଉଥିଲେ। ଏହି ସମୟରେ ଘର ଠାରୁ ଦୁଇ ଶହ ମିଟର ଦୂରରେ ଜଣେ ଯୁବକ ବ୍ଲେଡରେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଏପରିକି ଛାତ୍ରୀଙ୍କ ଓନିରେ ତଣ୍ଟି ଚିପି ତାଙ୍କୁ ହତ୍ୟା କରିବାକୁ ମଧ୍ୟ ଉଦ୍ୟମ କରିଥିଲେ। ହେଲେ ଝିଅର ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଧାଇଁ ଆସିଥିଲେ। ଏହାପରେ ଯୁବକ ଜଣଙ୍କ ଉକ୍ତ ସ୍ଥାନରୁ ଫେରାର ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ମେଡିକାଲରେ ଭର୍ତ୍ତି କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି।
ଅଧିକ ପଢନ୍ତୁ ; ଭାରସ୍ୟାମ ହରାଇ ଗଛରେ ପିଟି ହେଲା ବାଇକ ; ୨ ମୃତ