ଭୁବନେଶ୍ୱର : ପୁଣି ରାଜ୍ୟରେ ବଦଳିବ ପାଗ। ଆସନ୍ତା ୮ ତାରିଖ ବେଳକୁ ଉତ୍ତର ଓଡ଼ିଶାରେ ହୋଇପାରେ ମାଧ୍ୟମ ଧରଣର ବର୍ଷା। ଏପରିକି ୩୦ରୁ ୪୦ କିମି ବେଗରେ ପବନ ବହିପାରେ। ଏହାସହିତ ୧୨ଟି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ସେହିପରି ୯ ତାରିଖରେ ବରଗଡ଼,ଝାରସୁଗୁଡ଼ା,ସମ୍ବଲପୁର, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, ଢେଙ୍କାନାଳ, କେନ୍ଦୁଝର, କଟକ, ଯାଜପୁର, ମୟୂରଭଞ୍ଜ,ଭଦ୍ରକ, ବାଲେଶ୍ଵର,କେନ୍ଦ୍ରାପଡ଼ା ଓ ଜଗତସିଂହପୁର ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବିଜୁଳି ଘଡଘଡ଼ି ସମ୍ଭାବନା ରହିଛି। ଅନ୍ୟପାଟେ ରାଜ୍ୟରେ ୮ ତାରିଖରୁ ଆସନ୍ତା ୫ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ।
ତେବେ ବିଗତ କିଛି ଦିନ ହେବ ତାତିରେ ରେକର୍ଡ ଭାଙ୍ଗିଛି ଝାରସୁଗୁଡ଼ା। ଗତ ୨୪ ଘଣ୍ଟାରେ ଝାରସୁଗୁଡ଼ାରେ ସର୍ବାଧିକ ୩୯.୬ ଡିଗ୍ରୀ ସେଲସିଅସ୍ ତାପମାତ୍ରା ରେକର୍ଡ କରାଯାଇଛି। ଦେଶର ସର୍ବାଧିକ ଉତ୍ତପ୍ତ ଅଞ୍ଚଳ ପାଲଟିଛି ଝାରସୁଗୁଡ଼ା। ତେଣୁ ଝାରସୁଗୁଡ଼ାରେ ଅନବରତ ଗରମ ଜାରି ରହିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ତେବେ ଆଉ ଦିନ ଭୀଷଣ ତାତି ଅନୁଭୂତ ହେବ କିନ୍ତୁ ୮ ତାରିଖରୁ ବେଳକୁ ତାତିରେ ରୋକ ଲାଗିବ। ଅନେକ ସ୍ଥାନରେ ଝିପିଝିପି ବର୍ଷା ସହିତ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି।
ଅଧିକ ପଢନ୍ତୁ ; ସାମାନ୍ୟ ବଚସାରୁ ମିଠା ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ