କଟକ: ମହାନଦୀରେ ବୁଡ଼ି ଦୁଇ ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଜଣ ଗୁରୁତର ଅଛନ୍ତି । କଟକ ଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ଏଭଳି ଅଘଟଣ ଘଟିଛି । ମୃତକ ଦୁଇ ଜଣ ହେଲେ କନ୍ଦରପୁର ଗାଁର ଚିନ୍ମୟ ଦାସ ଏବଂ ଆଠଗଡ଼ ଶାସନ ସାହିର ସିପୁ ମିଶ୍ର । ଅନ୍ୟ ଚାରି ଜଣଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଗୁରୁବାର କନ୍ଦରପୁର ଗ୍ରାମର ୬ ଜଣ ଯୁବକ ଅମଙ୍ଗେଇ ମହାନଦୀ କୁଦରେ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ଅସାବଧାନତା ବଶତଃ ୬ ଜଣ ଯୁବକ ହଠାତ୍ ବୁଡ଼ି ଯାଇଥିଲେ । ସେଠାରେ ଉପସ୍ଥିତ ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେବା ସହିତ ୪ ଜଣଙ୍କୁ ଉଦ୍ଧାର କରିଥିଲେ । ମାତ୍ର ୨ ଜଣଙ୍କର କୌଣସି ଖବର ମିଳିଥିଲା । ଅଗ୍ନିଶମ ବାହିନୀ ଦୀର୍ଘ ସମୟ ଖୋଜାଖୋଜି କରିବା ପରେ ଦୁଇ ଜଣଙ୍କୁ ଉଦ୍ଧାର କରିଥିଲେ । ସମସ୍ତଙ୍କୁ ଆଠଗଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବାବେଳେ ୨ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟ ୪ ଜଣଙ୍କ ଅବସ୍ଥା ଏବେବି ସଙ୍କଟାପନ୍ନ ରହିଛି ।