ନୟାଗଡ଼ : ଭାରସ୍ୟାମ ହରାଇ ଗଛରେ ପିଟି ହେଲା ବାଇକ। ଯାହାଫଳରେ ଚାଲିଗଲା ୨ ଜଣ ଯୁବକଙ୍କ ଜୀବନ। ମୃତ ଦୁଇ ଯୁବକ ନୟାଗଡ଼ ଭାପୁର ବ୍ଲକ ଧାନଚେଙ୍ଗଡା ପଞ୍ଚାୟତ କଳଟାଙ୍ଗୀ ଗାଁର ବୀର କିଶୋର ଧଳ ଓ ଶଙ୍କର ବିଶ୍ଵାଳ ବୋଲି ଜଣାପଡିଛି। ଖବରପାଇ ଖଣ୍ଡପଡା ପୋଲିସ ମୃତଦେହକୁ ଜବତ କରିବା ସହ ଦୁର୍ଘଟଣାରେ ଭାଙ୍ଗି ଯାଇଥିବା ବାଇକଟିକୁ ଜବତ କରିଛନ୍ତି। ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ସୂଚନା ଅନୁସାରେ, ବୀର କିଶୋର ଧଳ ଓ ଶଙ୍କର ବିଶ୍ଵାଳ ୨ ଜଣ ଏକ ବାଇକ ଯୋଗେ ମର୍ଦ୍ଦରାଜପୁର ଗାଁରୁ ବୋଦସା ଦେଇ କଳଟାଙ୍ଗୀ ଗାଁକୁ ଯାଉଥିଲେ। ଏହି ସମୟରେ ହଠାତ ବାଇକଟି ଭାରସ୍ୟାମ ହରାଇ ରାସ୍ତା କଡରେ ଥିବା ଗଛରେ ପିଟି ହୋଇଯାଇଥିଲେ। ଏହାପରେ ଉଭୟ ଦୁଇଜଣ ଯୁବକ ରାସ୍ତାକୁ ଛିଟିକି ପଡ଼ିଥିଲେ। ଏହାପରେ ସ୍ଥାନୀୟ ଗାଁଲୋକ ତୁରନ୍ତ ଉଭୟଙ୍କୁ ଉଦ୍ଧାର କରି ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି।
ଅଧିକ ପଢନ୍ତୁ ; ରାଜ୍ୟରେ ବଦଳିବ ପାଗ , ଆସନ୍ତା ୮ ତାରିଖରେ ବିଜୁଳି ଘଡଘଡି ସହ ବର୍ଷା