କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ସାଇବର ଠକେଇ ମାମଲାରେ ୪ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ଜୁନାଗଡ଼ ପୋଲିସ। ଅଭିଯୁକ୍ତମାନେ ହେଲେ ଜୁନାଗଡ଼ ଥାନା ବୁଢ଼ୀପଦର ଗ୍ରାମର ସଚିନ ମେହେର, ଖିନବାହାଲ ଗ୍ରାମର ବବଲୁ ଓରଫ ସମୀର କୁମାର ମେହେର, ନୂଆପଡା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ହାତିବନ୍ଦା ଗ୍ରାମର ଜିତୁ ଓରଫ ଜୟନ୍ତ ମେହେର ଓ ଖଡ଼ିଆଳର ସିଦ୍ଧାନ୍ତ ମେହେର । ଏ ନେଇ ଜୁନାଗଡ଼ ଥାନାରେ ଏକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ମାନଙ୍କୁ ଠାରୁ ଗୋଟିଏ ପାସବୁକ, ଏଟିଏମ କାର୍ଡ ଓ ୩ ଟି ମୋବାଇଲ ଫୋନ ଜବତ କରାଯାଇଥିବା ବେଳେ ସେମାନେ ଲୋକଙ୍କ ଠାରୁ ୧୪ ଲକ୍ଷ ୫୫ ହଜାର ସାଇବର ଠକେଇ କରିଥିବା ଜୁନାଗଡ଼ ଆଇଆଇସି ଶେଷଦେବ ବେହେରାଙ୍କ ଠାରୁ ସୂଚନା ମିଳିଛି ।