ହାଇକୋର୍ଟଙ୍କ ଆଦେଶ ଉଲଙ୍ଗନ କରି ନିଲମ୍ବିତ ହେଲେ ଝାରସୁଗୁଡ଼ା ଜିଲ୍ଲାପାଳ
Khabar Odisha:State-odisha-Odisha-government-suspends-Jharsuguda-Collector-Jyoti-Ranjan-Pradhan-for-going-against-Orissa-High-Courts-ruling-and-cancelling-licence-of-a-liqour-shop
ଝାରସୁଗୁଡ଼ା, ଅଗଷ୍ଟ ୧୪(ଖବର ଓଡ଼ିଶା):

ଏକ ଅବକାରୀ ମାମଲାରେ ହାଇକୋର୍ଟଙ୍କ ଆଦେଶ ଉଲଙ୍ଗନ କରିଥିବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ନିର୍ଦ୍ଦେଶ ଅବମାନନା ଅଭିଯୋଗରେ ଆଜି ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ନିଲମ୍ବନ କରାଯାଇଛି । 

ନିକଟରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ନଥାଇ ମଧ୍ୟ ସ୍ଥାନୀୟ ଏକ ମଦ ଦୋକାନ ଲାଇସେନ୍ସ ବାତିଲ କରିଥିଲେ ଝାରସୁଗୁଡ଼ା ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ । ଏହାପରେ ହାଇକୋର୍ଟ ରାଜ୍ୟସରକାରଙ୍କୁ ଜିଲ୍ଲାପାଳଙ୍କୁ ନିଲମ୍ବିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ନିଦ୍ଦ୍ରେଶକ୍ରମେ ଆଜି ରାଜ୍ୟ ସରକାର ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ନିଲମ୍ବିତ କରିଛନ୍ତି । ଏହାପରେ ଏଡିଏମ ପ୍ରଦୀପ ସାହୁଙ୍କୁ ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ନେଇ ପରବର୍ତ୍ତୀ ନିର୍ଦ୍ଦେଶନାମା ନ ଆସିବା ଯାଏଁ ଏଡିଏମ ପ୍ରଦୀପ ସାହୁ ଦାୟିତ୍ୱ ତୁଲାଇବେ । 

  • Tags:

Subscribe

National International State Sports Entertainment