ଗୃହରେ ବେକାରୀ ପ୍ରସଙ୍ଗ ତାତି, କେନ୍ଦ୍ର ଅର୍ଥ ସୁଧ ଟଙ୍କାରେ ଚାଲୁଛି ଆଦର୍ଶ ବିଦ୍ୟାଳୟ କହିଲେ ପ୍ରଦୀପ୍ତ ନାଏକ
Khabar Odisha:State-Odisha-Odisha-Assembly-Pradeepta-Nayak-Target-To-Odisha-Govt
ଭୁବନେଶ୍ୱର, ଫେବୃଆରୀ ୨୦(ଖବର ଓଡ଼ିଶା):

ବିଧାନସଭା ଶୂନ୍ୟକାଳରେ ଉଠିଲା ରାଜ୍ୟରେ ବେକାର ସମସ୍ୟା । ଓଡ଼ିଶାରେ ଉତ୍କଟ ବେକାରୀ ସମସ୍ୟ । କେତେ ବେକାରୀ ନିଯୁକ୍ତି ପାଇଛନ୍ତି ତ କେତେ ପାଇ ନାହାଁନ୍ତି । କେନ୍ଦ୍ରର ସୁଧ ଟଙ୍କାରେ ଚାଲିଛି ଆଦର୍ଶ ବିଦ୍ୟାଳୟ କହିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ବିରୋଧୀ ଦଳ ନେତାଙ୍କ ତଥ୍ୟ ପ୍ରମାଣ ସହ ସ୍ପଷ୍ଟୀକରଣ ଦେବାକୁ ବାଚସ୍ପତି ରୁଲିଂ ଦେଲେ । 

ଶୂନ୍ୟକାଳରେ ବେକାରୀ ସମସ୍ୟା କଥା ଉଠାଇ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ୨୨ ଲକ୍ଷ ୫୭ ହଜାର ବେକାର ନାଁ ପଞ୍ଜିକରଣ କରିଥିଲେ। ସରକାର ନିଯୁକ୍ତି ଦେଇଛନ୍ତି ମାତ୍ର ୨୬ ହଜାର ପିଲାଙ୍କୁ। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ସବୁଠୁ ଅଧିକ ୫୫ ୫୫୬ ବେକାରୀ ରହିଛନ୍ତି । କେନ୍ଦ୍ର ଦେଉଥିବା ପଇସାର ସୁଧରେ ଯୋଜନା ଚଳାଉଛନ୍ତି ରାଜ୍ୟ ସରକାର। ୩୦ ଜିଲ୍ଲାରେ ଆଦର୍ଶ ବିଦ୍ୟାଳୟ କେନ୍ଦ୍ରର ସୁଧ ପଇସାରେ ଚାଲିଛି ବୋଲି କହିଛନ୍ତି ପ୍ରଦୀପ୍ତ ନାଏକ । 

ବିରୋଧୀ ଦଳ ନେତା ମିଥ୍ୟା କହି ଗୃହକୁ ବିଭ୍ରାନ୍ତ କରନ୍ତୁ ନାହିଁ ବୋଲି ଅଭିଯୋଗ କଲେ ବିଜେଡି ବିଧାୟକ ପ୍ରଦୀପ ଅମାତ । ଶାସକ ଦଳ ନେତାଙ୍କ ବିରୋଧ ପରେ ପ୍ରମାଣ ସହ ସ୍ପଷ୍ଟୀକରଣ ଦେବାକୁ ରୁଲିଂ ଦେଲେ ବାଚସ୍ପତି । ଏହାକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ ଦେଖାଦେଇଥିଲା ।

  • Tags:

Subscribe

National International State Sports Entertainment