ଟୋକନ ଅବ୍ୟବସ୍ଥା ଓ ପି-ପାସ୍ ଅଡ଼ୁଆ: ତାତିଲେ ଚାଷୀ, ଧାନ ବସ୍ତା ରଖି ରାସ୍ତା ଅବରୋଧ
Khabar Odisha:State-Odisha-Farmers-Road-Strike-For-Token-and-p-pass-Tension
କଳାହାଣ୍ଡି, ଫେବୃଆରୀ ୨୦(ଖବର ଓଡ଼ିଶା):

ଟୋକନ୍ ଅବ୍ୟବସ୍ଥା ପରେ ପି-ପାସ୍ ଅଡ଼ୁଆ ନେଇ ଚିନ୍ତାରେ ଚାଷୀ ।  ଟୋକନ୍ ଓ କମ୍ପ୍ୟୁଟରୀକୃତ ପି-ପାସ୍ ବିଳମ୍ବ ଯୋଗୁଁ ମଣ୍ଡିରେ ଧାନ ଗଜା ହେଲାଣି । ଏଥିରେ ଉତ୍ୟକ୍ତ ହୋଇ ଶତାଧିକ ଚାଷୀ ରାସ୍ତାରେ ଧାନ ବସ୍ତା ରଖି ଏନଏଚ ୨୬ ଅବରୋଧ କରିଛନ୍ତି । 

କଳାହାଣ୍ଡି ଜିଲ୍ଲାରେ କିଛି ଦିନ ତଳେ ୨୦ ଦିନ ଧରି କମ୍ପ୍ୟୁଟରରୁ ଟୋକନ ଗାଏବ ହୋଇଥିଲା । ଟୋକନ ମିଳିନଥିବାରୁ ମଣ୍ଡିରେ ହଜାର ହଜାର ବସ୍ତା ଧାନ ପଡ଼ିରହିଥିଲା । ଟୋକନ ଅବ୍ୟବସ୍ଥା ଓ ପି-ପାସ୍ ଯୋଗୁଁ ଚାଷୀଙ୍କ ଧାନ କିଣା ହୋଇପାରୁନି । ଏହା ନେଇ ଚାଷୀ ଅସନ୍ତୋଷ ଦେଖାଦେଇଛି । ଆଜି ଆମପାଣି ଠାରେ ଶହ ଶହ ବସ୍ତା ଧାନ ରଖି ଉତ୍ୟକ୍ତ ଚାଷୀ ଏନଏଚ-୨୬  ଅବରୋଧ କରିଛନ୍ତି । ଫଳରେ ଭବାନୀପାଟଣା -ଜୟପୁର ଗାଡ଼ି ଚଳାଚଳ ଠପ୍ ହୋଇଯାଇଛି । ରାସ୍ତାର ଉଭୟ ପାଖରେ ଅନେକ ଗାଡ଼ି ଛିଡ଼ା ହୋଇଥିବା ଜଣାପଡ଼ିଛି ।

  • Tags:

Subscribe

National International State Sports Entertainment