ପରିବାରିକ କଳହରୁ ମା'କୁ ପୋଡି ଦେଲା ରାକ୍ଷସ ପୁଅ। ଏଭଳି ଅଭାବନୀୟ ଘଟଣା ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ନାହାକ ପଡ଼ା ଗ୍ରାମରେ ଘଟିଛି। ମୃତ ମହିଳା ଜଣଙ୍କ ମାନ ବେହେରା ବୋଲି ଜଣାପଡିଛି। ତେବେ ପୋଲିସ ଘଟଣାସ୍ଥଳରେ ପହଂଚି ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରିଛି। ଏହାସହିତ ଅଭିଯୁକ୍ତ ପୁଅକୁ ମଧ୍ୟ ପୋଲିସ ଗିରଫ କରି ଘଟଣା ବାବଦରେ ଅଧିକ ପଚରାଉଚରା କରୁଛି।
ସୂଚନା ଅନୁସାରେ, ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ନାହାକ ପଡ଼ା ଗ୍ରାମରେ ମା'କୁ ପୋଡି ହତ୍ୟାକଲା ପୁଅ। ଯେଉଁ ମା’ ଛୋଟରୁ ବଡ଼ କରିଥିଲା ସେହି ମା’କୁ ହତ୍ୟା କରିଛି ନୃଂଶସ ପୁଅ। ମୃତ ମହିଳା ଜଣଙ୍କ ମାନ ବେହେରା ବୋଲି ଜଣାପଡିଛି। ତେବେ ସାମାନ୍ୟ ପାରିବାରିକ କଳହ ପାଇଁ ମା'କୁ ବାଡ଼େଇ ବାଡ଼େଇ ହତ୍ୟା କରିବା ପରେ ମୃତଦେହକୁ ପୋଡିଦେବାକୁ ଚେଷ୍ଟା କରିଥିଲା ଅଭିଯୁକ୍ତ। ତେବେ ପୋଲିସ ଘଟଣା ସ୍ଥଳରେ ଅଭିଯୁକ୍ତକୁ ଗିରଫ କରିବା ସହିତ ଘଟଣା ବାବଦରେ ଅଧିକ ପଚରାଉଚରା କରୁଛି। ଏପରକି ଅଭିଯୁକ୍ତ ନିଜ ମା'କୁ ହତ୍ୟା କରି ପୋଡ଼ି ଦେଇଥିବା ପୋଲିସ ଆଗରେ ସ୍ୱୀକାର କରିଛି।