ବରଗଡ଼: ରବିବାର ବରଗଡ଼ ବାନ୍ଦୁରଟିକ୍ରା ଛକ ଅବରୋଧ କଲେ ଉତ୍ୟକ୍ତ ଦୋକାନୀ ।
ସୂଚନା ଅନୁସାରେ ବରଗଡ଼ ଜିଲ୍ଲାପ୍ରଶାସନ ପକ୍ଷରୁ ବାନ୍ଦୁରଟିକ୍ରା ଛକରୁ ସୁଧାକ୍ଲିନିକ ପର୍ଯ୍ୟନ୍ତ ଜବର ଦଖଲ ଉଚ୍ଛେଦ ଆରମ୍ଭ ହୋଇଥିଲା । ପୋଲିସ ଉପସ୍ଥିତିରେ ଜବର ଦଖଲକାରୀଙ୍କ ଦୋକାନ ଉଚ୍ଛେଦ କରାଯାଇଥିଲା । ବରଗଡ଼ର ମୁଖ୍ୟ ଜବର ଦଖଲ ଉଚ୍ଛେଦ ପ୍ରସଙ୍ଗ ଲେଙ୍ଗୁମିଶ୍ର ଛକରୁ ଜିରା ବ୍ରିଜ ଏ ପର୍ଯ୍ୟନ୍ତ ଉଚ୍ଛେଦ କରାଯାଇ ନ ଥିବା ବେଳେ କେବଳ ଗରିବ ମଜୁରୀୟା ମାନଙ୍କ ଦୋକାନ ପ୍ରଶାସନ ଉଚ୍ଛେଦ କରୁଛି ବୋଲି ଅଭିଯୋଗ କରିଛନ୍ତି ।
ଅଧିକ ପଢ଼ନ୍ତୁ: ଖାଦ୍ୟ ଅନ୍ବେଷଣରେ ଆସି ଟ୍ରାନ୍ସଫର୍ମରରେ ଫସି ବିଦ୍ୟୁତ୍ ଆଘାତରେ ଭାଲୁ ମୃତ
ତେବେ ରବିବାର ଦୋକାନୀ ମାନେ ଉତ୍ୟକ୍ତ ହୋଇ ରାସ୍ତା ରୋକ କରିବା ସହ ଉଚ୍ଛେଦ କରାଯାଇଥିବା ଦୋକାନୀଙ୍କ ସୁବ୍ୟବସ୍ଥା କରାଯାଉ ବୋଲି ଦାବି କରିଛନ୍ତି । ଦୀର୍ଘ ଏକ ଘଣ୍ଟା ଧରି ରାସ୍ତା ଅବରୋଧ କରାଯାଇଥିଲା । ପୋଲିସର ବୁଝାସୁଝା ପରେ ସ୍ଥିତି ଆୟତ୍ତକୁ ଆସିଥିଲା।