ନୀଳଗିରି: ବିଦ୍ୟୁତ୍ ଆଘାତରେ ଆସି ଗଲା ଭାଲୁର ଜୀବନ । ଏପରି ଏକ ଅଭାବନୀୟ ଘଟଣା ନୀଳଗିରି ବନବିଭାଗ ଅଧୀନ ମିତ୍ରପୁର ବିଟ୍ ତଇଲା ସାହି ଗ୍ରାମରେ ଘଟିଛି ।
ସୂଚନା ଅନୁସାରେ, ରବିବାର ରାତିରେ ଏକ ଭାଲୁ ତଇଲା ସାହି ଗାଁରେ ପଶିଥିଲା । ଏହି ସମୟରେ ଗାଁରେ ଥିବା ବରଗଛରେ ମହୁ ଖାଇବା ପାଇଁ ଭାଲୁ ଗଛ ଉପରେ ଚଢ଼ିଥିଲା। ଦୁର୍ଭାଗ୍ୟବଶତଃ ଭାଲୁ ଗଛ ଉପରୁ ତଳକୁ ଖସିପଡିଥିଲା । ଏହି ସମୟରେ ଭାଲୁ ଟ୍ରାନ୍ସଫର୍ମରରେ ଫସିଯାଇଥିଲା । ଟ୍ରାନ୍ସଫର୍ମରର ବିଦ୍ୟୁତ ଆଘାତରେ ଭାଲୁର ମୃତ୍ୟୁ ହୋଇଥିଲା । ଆଜି ସକାଳୁ ସ୍ଥାନୀୟ ଲୋକେ, ଏହି ଦୃଶ୍ୟ ଦେଖି ବିଦ୍ୟୁତ ବିଭାଗ ଓ ବନବିଭାଗକୁ ଖବର ଦେଇଥିଲେ । ଖବର ପାଇ, ବିଦ୍ୟୁତ ବିଭାଗ ଭାଲୁକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଛି। ବନବିଭାଗ ଏହି ଘଟଣାର ତଦନ୍ତ ଜାରି କରିଛି ।
ଅଧିକ ପଢ଼ନ୍ତୁ: ବଲାଙ୍ଗୀରରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ; ଫେଲରିଆ ଔଷଧ ଖାଇ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଲେ ସ୍ୱାମୀ
ଜଙ୍ଗଲ କ୍ଷୟ ଫଳରେ ବନ୍ୟଜନ୍ତୁ ଖାଦ୍ୟ ଅନ୍ବେଷଣ ପାଇଁ ଗାଁ ଭିତରକୁ ପ୍ରବେଶ କରୁଛନ୍ତି । ଫଳରେ ଗ୍ରାମବସୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଉଛି ।